ତମ ପାଇଁ
-----------
ତମକୁ ପାଇ ଯେ
ଖୁସିରେ ଅଧିର,
ତମେ ତ ଅଛ
ହୃଦୟ ମଧ୍ୟର ।
ପିଲାଦିନ କଥା
ଆସେ ମନର,
ତୁମେ ହିଁ ଅଟ
ଏକା ନିଜର ।
ସମୟ ଚକରେ
ଦୁନିଆଁ ଭାର ,
ପାଇଲି ତୁମକୁ
ନାୟିକା ମୋର।
କେତେ ଦିନ ପରେ
ପାଇଛି ପାଖରେ ମୋର ,
ଆଉ ଛାଡି ଯିବନି
ରାଣ ରହିଲା ମୋର ।
ତମେ ମୋ ସିନ୍ଧୁ
ପ୍ରାଣର ସତ ବନ୍ଧୁ
ତମେ ତ ଅସୀମ ଆକାଶ
ଶୁଭ ଦର୍ଶନର ଇନ୍ଦୁ ।
କେତେ ଯେ ଲେଖା
କେତେ ସପନର କଥା
ତମେ ନ ଥିଲ ବୋଲି
ଦଉଥିଲା ମନେ ବ୍ୟଥା ।
ହେ ମୋ ମାନସୀ
ତମେ ମୋ ପ୍ରେୟସୀ
ତମ ଖୁସି ଦେଖି
ହୁଏ ମୁଁ ଯେ ଖୁସି ।
ତମ ହସ ଦିଏ
ଅଫୁରନ୍ତ ଉଲ୍ଲାସ ଆନନ୍ଦ,
ତମେ ଏକା ଅଟ
ମୋ ସରଗର ଚାନ୍ଦ ।
ପାଇଲି ତୁମକୁ ଆଜି
ଦୁଃଖର ପାହାଡ ଗଲା ଭାଜି,
ଆସିଗଲ ତୁମେ ସତେ
ମୋ ସୁଖର ସୌଧ ସାଜି ।
****
ଶ୍ରୀ ଅଭିନବ ପଟ୍ଟନାୟକ
ବୌଦ୍ଧ




0 Comments