ଜନ୍ମଭୂମି (ପ୍ରଣତି ସାହୁ,ପ୍ରଫେସର କଲୋନୀ,ରାୟପୁର)

 


ଜନମ ଭୂମିଠୁ ବଡ଼ ନାହିଁ ଆଉ କେହିରେ ,

ସରଗଠୁ ବଡ଼ ସେଇ ମା ଆମ ପାଇଁରେ ।

ତା'ମାଟି ଚନ୍ଦନ ପରି ବିଜୟ ତିଳକ ଆମ ।

ତା ପବନେ ପୁଲକିତ ଆମରି ଏ ପ୍ରାଣ ମନ ।

ତା ପାଣି ଅମୃତ ସରି ଭରିଛି ଜୀବନୀ ଶକ୍ତି ।

ସେଇ ମାଟି ମା ଆମେ କରିବା ତା'ରି ଭକ୍ତି ।।

ଭାଗ୍ୟବାନ ସନ୍ତାନ ପାଇଛୁ ତାଠୁ ସୁଖ ଶାନ୍ତି।

ତା ପାଇଁ ଗଲେ ଜୀବନ ମନରେ ଦୁଃଖ ନାହିଁ

କେତେ ବୀର ସନ୍ତାନ ସହିଦ ହୁଅନ୍ତି ତା' ପାଇଁ।

ବଳିଦାନ ଦିଅନ୍ତି ନିଜ ରକତ ବୁହାଇ । 

ଜନ୍ମଭୂମି ଆମ ପାଇଁ ଗରଵ ଅଟେରେ,

 ଏ ଜୀବନଟି ସରିଯାଉ ତା କୋଳରେ।

              ***

         ପ୍ରଣତୀ ସାହୁ 

ପ୍ରଫେସର କଲୋନୀ ରାୟପୁର

Post a Comment

0 Comments