ଦେଖିଲି କଳାବଦନ (ପ୍ରଣତି ସାହୁ, ପ୍ରଫେସର କଲୋନୀ,ରାୟପୁର)


 ଦେଖିଲି କଳା ବଦନ।

 ସ୍ତବ୍ଧ ମୋ ବେନି ନୟନ।।

ଦେଖିଲି କଳା ବଦନ।

 ସ୍ତବ୍ଧ ମୋ ବେନି ନୟନ ।।

କୋଟି କନ୍ଦର୍ପ ରୂପ ସତେ କି ବଢ଼ି ଯାଏ ମୋ ସ୍ପନ୍ଦନ ।।।

ବାଜିଲା ଯେବେ ଶଙ୍ଖ ଧ୍ୱନି।

ଅଶ୍ରୁ ପୂରିତ ଚକ୍ଷୁ ପୁଣି।।

ଏ ଶୋଭା ରାଶି ଦେଖି ସତେକି ଅପଲକ ମୋ ନୟନ।।।

ଦେଖିଲି କଳା ବଦନ।

 ସ୍ତବ୍ଧ ମୋ ବେନି ନୟନ।।

କୋଟି କନ୍ଦର୍ପ ରୂପ ସତେ କି ବଢ଼ି ଯାଏ ମୋ ସ୍ପନ୍ଦନ ।।।

ରଙ୍ଗ ଅଧରେ ଦରହlସେ।

ଡାକିଲା ସତେ ମତେ ପାଶେ ।।

ଦିନରେ ଚେଇଁ ଦେଖେ ତା ପାଇଁ କେତେ ସୁନେଲି ସପନ।।।

ଦେଖିଲି କଳା ବଦନ।

ସ୍ତବ୍ଧ ମୋ ବେନି ନୟନ।।

କୋଟି କନ୍ଦର୍ପ ରୂପ ସତେ କି ବଢ଼ି ଯାଏ ମୋ ସ୍ପନ୍ଦନ।।।

ଶ୍ରୀକ୍ଷେତ୍ର ରାଜା ସିଏ ପୁଣି।

ରାଜା ସେ ହେଲେ ମୁଁ ରଙ୍କୁଣୀ।।

ରଙ୍କୁଣି ଧନ କଳା ମୋହନ କିଣି ନେଲା ରେ ମୋ ମନ।।।

ଦେଖିଲି କଳା ବଦନ।

ସ୍ତବ୍ଧ ମୋ ବେନି ନୟନ।।

କୋଟି କନ୍ଦର୍ପ ରୂପ ସତେ କି ବଢ଼ି ଯାଏ ମୋ ସ୍ପନ୍ଦନ।।।।

Post a Comment

0 Comments