ରଥେ ସୁନାବେଶ ଦେଖି ତୁମ ପ୍ରଭୂ
ନୟନ ହେଲା ମୋ ଧନ୍ଯ
ଆତ୍ମା ପରମାତ୍ମା ମିଳନ ହୁଅଇ
ଶରୀର ଲାଗଇ ଶୂନ୍ୟ ।।
କିରୀଟ, କୁଣ୍ଡଳ, ପୟର,ହସ୍ତଯୁଗଳ
ତହୁଁ ପୁଷ୍ପ ଅଳଙ୍କାର
ତୁଳସୀର ମାଳ ମସ୍ତକେ ଶୋଭିତ
ଦିଶେ କେଡେ ମନୋହର ।
କରକମଳରେ ଶଙ୍ଖ,ଚକ୍ର ଶୋହେ
ଅଣ୍ଟାରେ କମରପଟି
ବାଘନଖମାଳୀ, କଦମ୍ବରମାଳୀ
ଗଳାରେ ଶୋଭଇ ଅତି ।
ପୁଷ୍ପ ର ସୌଭାଗ୍ଯ ବସ୍ତ୍ର ର ଗୌରବ
ଲାଗେଯେ ତୁମ ଶ୍ରୀଅଙ୍ଗେ
ଝଟକନ୍ତି ସର୍ବେ କ୍ଷଣପ୍ରଭା ସମ
ରଙ୍ଗେଇ ହୋଇ ତୋ ରଙ୍ଗେ ।
ହରିବୋଲ ସାଥେ ହୁଳହୁଳି ନାଦ
ଭକତ କଣ୍ଠରୁ ଝରେ
ବିଶ୍ବବ୍ରହ୍ମାଣ୍ଡ ବିମୋହିତ ହୋଇ
ତୁମରି ରୂପକୁ ଝୁରେ ।।
🙏🙏🙏🙏
ଚନ୍ଦ୍ରକାନ୍ତି ମିଶ୍ର, ବଲାଙ୍ଗିର




0 Comments