କି ସୁନ୍ଦର ସୁଶୋଭିତ ଅlହା ଏ ପ୍ରଭାତ ,
ନିଦ୍ରା ତେଜି ଉଠି ଯାଏ ସମସ୍ତ ଜଗତ
।
କୋକିଳ କଣ୍ଠରେ ଆହା କି ସୁନ୍ଦର ଗୀତ ,
ଶୋଭାମୟ ଏ ପୃଥିବୀ ଉଜ୍ଜ୍ବଳ ପ୍ରଭାତ ।
ଆକାଶେ ସୁରୁଜ ସତେ ଲଲାଟ ର ଟୀକା ,
ପୃଥିବୀ ର ସୌନ୍ଦର୍ଯ୍ୟ ରେ ସ୍ବର୍ଗ ପଡ଼େ ଫିକା।
ସବୁଜ ରଙ୍ଗ ଶାଢ଼ୀ ପିନ୍ଧି ପୃଥିବୀ ସୁନ୍ଦରୀ ,
ତା ଆଗରେ ଫିକା ଆଜି ସ୍ବର୍ଗ ଅପସରୀ ।
ନୀଳ ନୀଳ ଆକାଶ ଭସା ଭସା ବlଦଳ ,
ଧରଣୀ ରାଣୀ ସତେ ନାଇଛି କଜଳ ।
ପାହାଡ଼ ର ଛାତି ଚିରି ଝରିଯାଏ ଝରଣା ,
ଅପରୂପ ସୌନ୍ଦର୍ଯ୍ୟ ସେ ନାହିଁ ତା ଉପମା ।
କବି ପ୍ରାଣ ବିଭୋର ହୁଏ ଦୃଶ୍ୟ ଦେଖି ,
ଝରିଯାଏ ଲେଖନୀ ରୁ କବିତା ମନଲାଖି ।




0 Comments