ନାରୀ (ଚନ୍ଦ୍ରକାନ୍ତି ମିଶ୍ର)

      


       ନାରୀ

କରୁଣ ଚିତ୍କାର ଶୁଭେ ନାହିଁ କିବା

ସଭ୍ୟ ମାନବ କର୍ଣ୍ଣେ ,

ବୀଭତ୍ସ କର୍ମ ର ଅକାଳ ବିୟୋଗ 

ସତ୍ୟ ଲୁଚଇ ବନେ ।

ହୃଦମନ୍ଦିର କୁ ଦୋହଲାଇ ଦିଏ

ସେଇ ବିକଳ ଦୃଶ୍ୟ 

ମାନବ ସେବା କୁ ବ୍ରତ କଲା ବୋଲି 

ଏହା କି ତାହାରପ୍ରାପ୍ୟ....

ଅଶୁଭ ସଂକେତ ସତର୍କ କରଇ

ମାନବ ଜାତିକୁ ସଦା,

ପାପର ଭାରାରେ ମେଦିନୀ ଅଥୟ 

ବୁଝି ଅବୁଝା କିବା ।

କାହାର ନନ୍ଦିନୀ, କାହାର ଭଗିନୀ 

କାହା ଆଶାର ପସରା ,

ଜ୍ୱଳନ୍ତ ଦୀପଟି ନିର୍ବାପିତ ହେଲା

ଦେଇ ଅଶ୍ରୁ ର ଧାରା ।

ପିତାମାତା ଙ୍କର ଅନ୍ତର ବେଦନା

ବୁଝି କି ପାରଇ ଭଲେ,

ଅପଲକ ନେତ୍ର ସଦା ଅନ୍ବେଷଇ 

ଫେରିବ ଦୁହିତା କାଳେ....।

Post a Comment

0 Comments