ଚାଷୀ( ସୁଧିର କୁମାର ମିଶ୍ର)

      


        ଚାଷୀ

ମୁଇଁ ପରେ ଚାଷୀ ହାତେ ଧରି

      ଖେତ କେ ଜାଇସି ବାସି

ବଛର ଜାକର୍ ଅଢିଆ ଲାଗି

      ଦିନ୍ ରାଏତ୍ ଏକ୍ କରିଦେସି

ଅଖି ତୁର୍ତୀୟା ଦିନ ମୁଠିଛିଁ

        ଚାଷ ମୁଲ୍ କରସି

ହଲ ନଙ୍ଗଲ ସାଉଁଟି 

        ଖେତ୍ କେ ଦଉଡ଼ିସି

ଧରି ହାତେ ବିହନ୍

         ଖେତେ ବୁନି ଦେସି

ବର୍ଷା ବୁନ୍ଦେ ହେଉ ବଲି

          ଇନ୍ଦର୍ ରଜା କେ ଡାକ୍ ସି

ହେଇ ଗଲେ ବର୍ଷା 

        ଧାନ୍ ଗଛ ବିହିଡ଼ି ଦେସି

ଭଲ ଫଲ ଧରୁ ବୋଲି

      ବାର ପାହାର୍ କେ ମୁଡ଼ିଆ ମାର୍ ସି

ଭୁଦ ମାସର ଉଜଲ୍ ପଖର୍

         ପଞ୍ଚମୀ ତିଥି ଆଏସି

ସେ ଦିନ ଇଷ୍ଟଦେବୀ ପୂଜା କରି

     କୁଟୁମ୍ ସାଂଗେ ନୂଆ ଖାଏସି

ଧାନ୍ ହଲ୍ ଦୀ ମାଖି ଗଲେ

      ଧାନ୍ ଦାଇ ଦେସି

ମଡ଼େଇ ମୁଡ଼ା କରି

       ଘର କେ ଆନ୍‌ସି

ମୁଇଁ ପରେ ଚାଷୀ

        ଜଗତ୍ କେ ପାଲସି

ସଭେ ଭାତ୍ ମୁଠେ ପାଏଲେ

      ମୁଇଁ ହେସି ଖୁସୀ ......


ସୁଧିର କୁମାର ମିଶ୍ର

ବୁଦେଲ ବାହାଲି , ସୋନପୁର

Post a Comment

0 Comments