ଝରା ଶରାବନ
ଝରା ଶରାବନ ଝରି ଆଏଲା
ପିର୍ ତି ସେନ୍ଦୁର ମାଖି
ଗୁବ୍ ଗୁବାନୁ ଫୁଲ ଗୁର୍ଦୁ
ଦେଖେଇ ହେଲେ ଚାଖି
ହାତ୍ ଧରିକରି ବର୍ଷା ଧାଙ୍ଗିରି
ମୁହଁ ମଲ୍ କା ମାରି
ବିଜଲି ରାନୀ ର ଗୁନ୍ସି ପିନ୍ଧି
ରୁପାର ବୁନ୍ଦି ଝାରି
ବେଙ୍ଗ୍ ବେଙ୍ଗ୍ଟି ଶାରୁ ପତ୍ର ରେ
ହେଲେନ ଜୁରି ଜାରି
ଅଣାଲି ଧରେ ଭମର ବିଚରା
ଫୁଲ୍ କେ ଧରି କରି
ଲସଲସିଆ ଗୁରି ସୁନ୍ଦରୀ
ଗାଁ ର ଧାଙ୍ଗିରି ଯେତେ
ଉସନାକ ଦେଖ ଆଖିଁ ଚହଲି
ଧଙ୍ଗ୍ରା ଇସାରା କରେ
କୁଚ୍ କୁଚିଆ ବାଲ୍ କେ ନୁନି
ବାସ୍ ନା ତେଲ୍ କେ ମାଖି
ହଲଦୀ କଠି ମୁହଁ ଦର୍ ପର
ଦେଖି ହଉଛେ ଚାଖି
ଆଏଲା ଶରାବନ ବରଷିଦେଲା
ଉଜଲ ଉଜଲ ପାନି
ଘରର ଖଁପ୍ରେ ଲହ ଲମେଇ
ହସୁଛେ ମାଖନ୍ ରାନି
ଚଷାର୍ ଭରସା ଆଏଲା ବଲି
ନାଚ୍ ଲା ଧରତି ଛାତି
ସାଗୁଆ କ୍ଷେତେ ଲହରି ଗଲା
ଶିତଲ ହେଲା ତାତି
ପୂର୍ଣ୍ଣିମା ପଣ୍ଡା ବଲାଙ୍ଗୀର




0 Comments