ତୋ ପାଇଁ ଦେବକୀ ତୋ ପାଇଁ ଯଶୋଦା ହେବି ରେ କୌଶଲ୍ୟା ରାଣୀ ।
ତୁ ମୋର ରାମ ତୁ ମୋର ଶ୍ୟାମ ତୁ ମୋ ନୟନ ମଣି।।
ଆସିଲୁ ଯେବେ ତୁ କୋଳ ରେ ମୋର ରେ ହସିଲା ଟିକି ଦୁନିଆଁ।
ତୁ ମୋର ଆଶା ତୁ ମୋ ଭରଷା ତୁ ମୋ ନାଉରୀ ନାଆ।।
ଏକୋଇ ର ବଳା ବିଶିକେଶନ ମୋ ତୁ ମୋ କୁଳ ନନ୍ଦନ ।
ତୋ ପାଦ ପଡ଼ିଲା ଯେବେ ଠୁ ମୋ ଘରେ ବାସେ ଚନ୍ଦନ ଚନ୍ଦନ।।
ଶୂନ୍ୟ କୋଳ ମୋର ପୂର୍ଣ୍ଣ କଲୁ ଧନ ଶୁଣିଲି ମା ଡାକ।
ହସ ହସ ମୁହଁ ଚାହିଁ ଦେଲେ ତୋର ଭୁଲିଯାଏ ଭୋକ ଶୋଷ।।
ମା ଡାକ ଶୁଣି ଧନ୍ୟ ହେଲି ମୁହିଁ ଆଉ କିଛି ଲୋଡା ନାହିଁ।
ଯେତେ ଟା ଜନମ ପାଇବି ମୁହିଁ ରେ ଆସିବୁ କୋଳେ ତୁହି।।
କୁସୁମିତ ହେଉ ଚଲାପଥ ତୋର ଥାଉ ମୋ ଏ ଆଶିଷ।।
କାଳିଆ ପାଖରେ ଏତିକି ଗୁହାରି ଦୀର୍ଘାୟୁ ହେଉ ଆୟୁଷ।।





0 Comments