ତୁମେ ହିଁ ସତ (ଡକ୍ଟର ସଂଯୁକ୍ତା ପରିଡ଼ା,ଭୁବନେଶ୍ୱର)

        


          ତୁମେ ହିଁ ସତ

             

               ଡ଼ଃ ସଂଯୁକ୍ତା ପରିଡ଼ା


ମନ୍ଦ ମନ୍ଦ ମଧୁମଳୟରେ

ଭୂମି ଠାରୁ ଭୂମାଯାଏ

ଅନ୍ତହୀନ ନିଃଶବ୍ଦ ନୀରବତାକୁ ନେଇ

ନିଧୁମ୍ ଖରାବେଳେ

ସ୍ଵପ୍ନର ସାମାଜ୍ୟରେ

ସାଉଁଟିଲି ଶୀତଳର ପରଶ

ହଜେଇ ଦେଲି ...............

ରାଗ,ରୁଷା, ମାନ, ଅଭିମାନ

ନୟନୁ ନିଗୁଡୁ ଥିବା ଉଷ୍ମ ଲୁହ ସବୁ

ମହଣ ମହଣ ଖୁସି ଆଉ.............

ସୁନେଲି ଅତୀତକୁ

ଶୂନ୍ୟ ହୃଦୟରେ ଖୋଜୁଥିଲି

ଭାବନାରେ ଅକଳ୍ପନୀୟ ସ୍ମୃତିକୁ

ଦୀର୍ଘଶ୍ଵାସ ଛାଡ଼ି.........

ନିର୍ବାକ ହୋଇ,ନୀରୁତା ଅନୁଭବ ନେଇ

ଜୀବନ-ଜୀବିକା,ସତ-ମିଛ ସବୁ ଭୂଲିଯାଇ

ନିଜ ସ୍ଥିତି ଆଉ ଠିକଣା ହଜାଇ

ପୁଣି.............. ଦେଖୁଥିଲି

କଅଁଳ ଶୈଶବକୁ ଅଭିଭୂତ ହୋଇ

ଯୌବନର ଖରାବେଳ

ଅନୁସନ୍ଧିତ୍ସାର ଚରମ ସୋପାନକୁଡ଼େଇଁ

ଗହନ ଗହନ ବିଚିତ୍ର ଅନୁଭବ

ମନେ ଖେଳୁଥିଲା

ଭାବୁଥିଲି..................

ଅହଂକାର ର ମିଛ ଆତ୍ମବଡ଼ିମାରେ

ରହି ନାହିଁ ଧରା ତଳେ କେହି

ଅନୁଭବ କଲି ଜାବୁଡ଼ି ଧରିଥିବା

ଫର୍ଦ୍ଦଫର୍ଘ ସମସ୍ୟାକୁ ପୋଛି ଦେବାପାଇଁ

ସମୟ ସ୍ରୋତରେ ବିତିଯାଇଥିବା ସ୍ମୃତି

ଅତୀତର ଏରୁଣ୍ଡି ବନ୍ଧକୁ ଡେଇଁ

ଭଙ୍ଗା ମନର ଶିଡ଼ିରେ ଚଢି

ନୀଳ ଆକାଶକୁ ଚାହିଁ

ଭୁଲିଗଲି ଚିତ୍ରୟିତ ହୋଇଥିବା ପ୍ରତିଟି ଦୃଶ୍ୟ

ଭରିଗଲା ମନେ ସୌନ୍ଦର୍ଯ ବୋଧର ବିଶ୍ୱାସ

ସ୍ଥିର ଚିତ୍ତରେ ଆଗକୁ ବଢିଲି

ତୁମ ବିଶ୍ୱାସର ବାଇଶି ପାହାଡ଼ ଡେଇଁ

ନିସ୍ତବ୍ଧ ସନ୍ଧ୍ୟାରେ ପ୍ରତିଧ୍ଵନି ତ ହେଉଥିଲା

ତୁମେ ହିଁ ସତ ପ୍ରଭୁ ତୁମେ ହିଁ ସତ

                 ରବିନାରାୟଣ ପରିଡ଼ା

                      ପିପିଲି

Post a Comment

0 Comments