ସନ୍ଦେହୀ ପ୍ରିୟତମ (ଅଭିପ୍ସା ପ୍ରିୟଦର୍ଶିନୀ)

 ଶୀର୍ଷକ :-

    🩵💘ସନ୍ଦେହୀ ପ୍ରିୟତମ 💘🩵

               


    ✍️@ ଅଭିପ୍ସା ପ୍ରିୟଦର୍ଶିନୀ ✍️

  💛🧡💛🧡💛🧡💛🧡💛

କେଡେ ସନ୍ଦେହୀ ପ୍ରିୟତମ ତୁମେ 

      ସନ୍ଦେହେ ଗଲ ଦୂରେଇ,

ଛୋଟ ଛୋଟ କଥା ଥଟ୍ଟା ତାମସାକୁ 

    ଗଭୀର ଭାବରେ ନେଇ  ..।୧😥


ଟିକେ ଭାବିଲନି ମୋ' ପରିସ୍ଥିତିକୁ 

       କେମିତି ବଞ୍ଚୁଛି ମୁହିଁ,

ସନ୍ଦେହର ଛାପ ଦେହେ ବୋଳିହୋଇ 

   ମୋ' ଠାରୁ ଗଲ ଦୂରେଇ ..।୨😥


କେତେ ଦିନ କେତେ ରାତି ବିତାଇଛ 

        ନିବିଡ଼ ବନ୍ଧନେ ରହି,

ପ୍ରତି ସମସ୍ୟାକୁ ଦୁଇ ଭାଗ କରି 

   ବାଣ୍ଟୁଥିଲେ ସାଥୀ ହୋଇ ..।୩😥


ରହୁଥିଲ ଦିନେ ନେଟ ଖୋଲିଦେଇ 

     ମୋର ମେସେଜକୁ ଚାହିଁ,

ଥରକୁ  ଥର  ଅନଲାଇନ ଆସି 

     ଗ୍ରୀନ ସିଗନାଲ ଦେଇ ..।୪😥


ମୋ' ଓଠରେ ଟିକେ ଖୁସି ଦେବା ପାଇଁ 

      ନିଜକୁ ସମର୍ପି ଦେଇ ,

ସହିଅଛ କେତେ ଅସହ୍ୟ ବେଦନା 

     ନିଜ କାନ୍ଧେ ନିଜେ ବହି ..।୫😥


ନିଜଠାରୁ ବେଶୀ ଭଲପାଅ ବୋଲି 

       ସବୁବେଳେ କହୁଥିଲ ,

ସେଥିପାଇଁ ବୋଧେ ନିଷ୍ଠୁର ହୃଦୟେ 

   ମୋ' ଠାରୁ ଦୁରେଇ ଗଲ ..।୬😥


ସର୍ତ୍ତ ନଥିଲା କି ସ୍ୱାର୍ଥ ବି ନଥିଲା 

    ଆମ ସମ୍ପର୍କ ଭିତରେ ,

ସନ୍ଦେହ କେମିତି ଧସେଇ ପଶିଲା 

    ବିନା ସାକ୍ଷୀ ପ୍ରମାଣରେ  ..।୭😥


ବିନା ମୌସୁମୀରେ ଅଦିନିଆ ବର୍ଷା 

        ତାଣ୍ଡବ ରଚିଲା ଆସି ,

ସନ୍ଦେହର ଛିଟା ଆଙ୍କି ଦେଇଗଲା 

        ପ୍ରିୟତମ ହୃଦେ ପଶି ..।୮😥


ପ୍ରତ୍ୟୋକ୍ଷରେ ଟିକେ କଥା ହେବାଲାଗି 

     କେତେ ଦୂର ଆସୁଥିଲ ,

ସତ କୁହ ତୁମେ ଏତେ ଶୀଘ୍ର ମୋତେ 

     କେମିତି ପାଶୋରି ଗଲ ..।୯😥


ଥରୁଟିଏ ଯଦି କହିଦେବ ତୁମେ 

     ଆଖିରେ ଆଖି ମିଶେଇ,

“ସନ୍ଦେହ ଘେରରେ ତୋ' ଠାରୁ ଦୂରେଇ 

     ଖୁସିରେ ରହିଛି ମୁହିଁ" ..।୧୦😥


ସେହିଦିନଠାରୁ ମୋ' ଛାଇବି ଆଉ 

       କେବେ ତୁମେ ନଦେଖିବ,

ସନ୍ଦେହୀ ପ୍ରିୟ ମୋ' ଅଭିମାନ ଛାଡି 

        ନିଜର ଧ୍ୟାନ ରଖିବ ..।୧୧😥

💛🧡💛🧡💛🧡💛🧡💛

ସ୍ୱାସ୍ଥ୍ୟ ସେବିକା, ଜଟଣୀ, ପୁରୀ 

ମୋ -୮୨୮୦୪୩୦୪୦୦

Post a Comment

0 Comments