"ଆମର ଲଙ୍କା ପୁଡ଼ି "
ଭୂଦୋ ମାସର ସପ୍ତପୁରି ଉଆଁସ ତିଥି ଆସଲା ନ
ଆମର ସୋନପୁର ରେ ଇ ପରବ କରସୁ ପାଳନ
ତ୍ରେତୟା ଯୁଗେ ସୀତାଙ୍କୁ ଚୋରି କଲା ରାବଣ
ସୀତାଠାବ ଲାଗି ଲଙ୍କା ଯାଇଥିଲେ ହନୁମାନ
ଠାବକରି ଛିନ ଛତର କଲେ ଅଶୋକ ବନ
ମାରୁତି ଲେଞ୍ଜେ ନିଆଁ ଲଗାଲା ଲଙ୍କା ରାଜନ
ଲଙ୍କା ପୁଡ଼େଇ ଦେଲେ ପବନ ନନ୍ଦନ
ଇ ଦିନ ଲଙ୍କା ପୁଡ଼ି କରିଥିଲେ ବୋଲି ହନୁମାନ
ସେଥିର ଲାଗି ପୁଡା ଉଆଁସ ନାମେ ହୁଏ ପାଳନ
ସବୁ ଛୁଆ ପିଲା ଖୁସି ରେ ସଜବାଜ ହେଲେ ନ
ଘର ମାନଙ୍କୁ ପିଠା ମଡ଼ା ଲାଗି ଘିନଲେ ନ ସାମାନ
ଟୁକେଲ ଛୁଆମାନେ କୁଣ୍ଢି କାଞ୍ଚି ଖେଲବେ ନ
ମା ବୁଆ କେ ମାଟିର ହନୁମାନ ଘିଣେଇ କଲେନ
ହନୁମାନ ଲେଞ୍ଜେ ନିଆଁଲଗେଇ ଗଳି କେ ଗଲି ବୁଲବେନ
ଇ ପୁଡା ଉଆଁସ କେ ଆସୁନ କର୍ମା ପାଳନ
ହନୁମାନ ଜୀ ଙ୍କ ଆଶୀର୍ବାଦ ସମକୁ ମିଳବା ନ
ସୁଧୀର କୁମାର ମିଶ୍ର
ବୁଦେଲବାହାଲି
ସୋନପୁର




0 Comments