ମାଆ ମୋ ମମତାମୟୀ ( ଡ.ପ୍ରତିମାରାଣୀ ମିଶ୍ର ଷଡଙ୍ଗୀ,ଭୁବନେଶ୍ୱର)

            


    ମାଆ ମୋ ମମତାମୟୀ

""""""""""""""""""""""""""

ଏ ମା---ଏ ମା--ଏ ମାଆ

ମାଆ ଗୋ ମମତାମୟୀ କଲ୍ଯାଣମୟୀ

ଭୁବନ ମୋହିନୀ ମାଆ

ଶକ୍ତି ସ୍ୱରୂପିଣୀ ବର ପ୍ରଦାୟିନୀ

ଗରବ ଗନ୍ଜନୀ ଆ ଆ ଆ ଆ---0


ସତ୍ଯ ଯୁଗରେ ଲକ୍ଷ୍ମୀ ହୋଇ ତୁ

ନରସିଂହେ ଶାନ୍ତି କରିଲୁ

ତ୍ରେତୟାରେ ତୁ ସୀତା ହୋଇ ମା

ରାମଙ୍କ ହୃଦେ ରହିଲୁ।

କରୁଣାମୟୀ ତୁ କରୁଣା କରିତୁ

ମର୍ତ୍ତ୍ୟକୁ ଅବତରିଲୁ

ଦ୍ଵାପର ଯୁଗରେ ରୁଙ୍କ୍ମିଣୀ ରୂପରେ 

ଶ୍ରୀକୃଷ୍ଣଙ୍କ ପାଟରାଣୀ ହେଲୁ

ପ୍ରେମ ପାଗଳିନୀ ମୀରା ଓ ରାଧିକା

ରୂପେ ଆଉଥରେ ଆ ଆ ଆ ---

ମାଆ ଗୋ----1


ଦ୍ଵାଦଶ ଯୋଗିନୀ ରୂପକୁ ଧରି ମା

ଅସୁର ସଂହାର କରିଲୁ 

ସ୍ବର୍ଗପୁରକୁ ତୁ ରଖିଲୁ ମାଆ  ଲୋ

ଅରିଙ୍କୁ ନାଶ କରିଲୁ

ଲକ୍ଷ୍ମୀ,ସରସ୍ଵତୀ ତୁହି ମହାମାୟୀ

କେତେ ମାୟା ତୁ କରିଲୁ

ଦୁଷ୍ଟଙ୍କୁ ନିବାରି ସନ୍ଥଙ୍କୁ ଉଦ୍ଧାରି 

ଦୁର୍ଗାରୂପ ତୁ ଧରିଲୁ

ପ୍ରେମ ପ୍ରଦାୟିନୀ ମମତା ଦାୟିନୀ

ଆଉଥରେ ଦେଖା ଦେ ମା--ମା--ମା

ମାଆ ଗୋ---2

""""""""""""""""""""""""""

ଡ.ପ୍ରତିମାରାଣୀ ମିଶ୍ର ଷଡଙ୍ଗୀ

ଭୁବନେଶ୍ବର।

Post a Comment

0 Comments