ପ୍ରଣତି

 


ଶୁଣ ଶୁଣ ସାଧୁଜନ ଦେଇ ମନ କର୍ଣ୍ଣ ,

ପାଣି ଫୋଟକା ପରି ଏ ମଣିଷ ଜୀବନ।

ମୋର ମୋର ବୋଲି ନୀତି କlଟୁଥାଇ ଦିନ ,

ମୋର ବୋଲି କିଛି ନାହିଁ ସବୁ ଏଠି ଶୂନ୍ୟ।

ନିଃଶ୍ୱାସ ଟିକକ ପାଇଁ ସବୁ ଏଠି ଖେଳ ,

ଉଡ଼ିଗଲେ ନିଃଶ୍ୱାସ ଯେ ବୁଡ଼ିଯିବ ବେଳ।

ରକ୍ତ ମାଂସ ଅସ୍ଥି ଚର୍ମ ମଣିଷ ଶରୀର ,

ଶରୀର ଲୋଭ ରେ କରୁଥାଏ ମୋର ମୋର।

କାମ କ୍ରୋଧ ଲୋଭ ମୋହ ମାୟା ର ବନ୍ଧନ,

ମାୟା ବନ୍ଧନେ ଆବଦ୍ଧ ମଣିଷ ଜୀବନ।

ଧନ ଅର୍ଥ ଉପାର୍ଜନେ ଖଟେ ରାତି ଦିନ,

ଧର୍ମ ଅର୍ଜନ ରେ କ୍ଷଣେ ବଳାଏ ନି ମନ।

କାମ ଆସକ୍ତେ କରେ କେତେ ଯେ ଅଧର୍ମ,

ଭୁଲି ଯାଏ ଜୀବନ ର ଗୁଢ଼ ସାର ମର୍ମ ।

ପେଟ ଭୋକ ଜିହ୍ୱା ସ୍ଵାଦ କାମ ଜ୍ଵାଳା ନେଇ,

କର୍ମ କରୁଥାଏ ନୀତି ଧର୍ମ କୁ ଭୂଲାଇ।

ଏ ସଂସାରେ ସାର ଏକା ରାମ ନାମ ଧନ,

ଏହି ଧନେ ତରି ଯିବ ମଣିଷ ଜୀବନ।

ଏ ସୃଷ୍ଟି ର ସୃଷ୍ଟିକର୍ତ୍ତl ସ୍ରଷ୍ଟା ପଦେ ମନ ,

ସତ୍ୟ ଧର୍ମ ପଥେ କରୁଥାଅ ନିତ୍ୟ କର୍ମ।

ରାମ ନାମ ବ୍ରହ୍ମlସ୍ର ଯେ କଳି ଯୁଗେ ସାର,

ଏହି ଅସ୍ତ୍ରେ ପରାଜିତ ଯମ ଦଣ୍ଡ ଭୟ।

ଚଉରାଶି ଲକ୍ଷ ଯୋନି କରିଣ ଭ୍ରମଣ ,

ପାଇଛୁ ଏ ଅମୂଲ୍ୟ ମଣିଷ ଜୀବନ।

ଲକ୍ଷ ଲକ୍ଷ ତପସ୍ୟା ର ଫଳ ଏ ଜୀବନ ,

ସାର୍ଥକ କର ଏହାକୁ ଭଜି ରାମ ନାମ।।


Post a Comment

0 Comments