ଶୁଣ ଶୁଣ ସାଧୁଜନ ଦେଇ ମନ କର୍ଣ୍ଣ ,
ପାଣି ଫୋଟକା ପରି ଏ ମଣିଷ ଜୀବନ।
ମୋର ମୋର ବୋଲି ନୀତି କlଟୁଥାଇ ଦିନ ,
ମୋର ବୋଲି କିଛି ନାହିଁ ସବୁ ଏଠି ଶୂନ୍ୟ।
ନିଃଶ୍ୱାସ ଟିକକ ପାଇଁ ସବୁ ଏଠି ଖେଳ ,
ଉଡ଼ିଗଲେ ନିଃଶ୍ୱାସ ଯେ ବୁଡ଼ିଯିବ ବେଳ।
ରକ୍ତ ମାଂସ ଅସ୍ଥି ଚର୍ମ ମଣିଷ ଶରୀର ,
ଶରୀର ଲୋଭ ରେ କରୁଥାଏ ମୋର ମୋର।
କାମ କ୍ରୋଧ ଲୋଭ ମୋହ ମାୟା ର ବନ୍ଧନ,
ମାୟା ବନ୍ଧନେ ଆବଦ୍ଧ ମଣିଷ ଜୀବନ।
ଧନ ଅର୍ଥ ଉପାର୍ଜନେ ଖଟେ ରାତି ଦିନ,
ଧର୍ମ ଅର୍ଜନ ରେ କ୍ଷଣେ ବଳାଏ ନି ମନ।
କାମ ଆସକ୍ତେ କରେ କେତେ ଯେ ଅଧର୍ମ,
ଭୁଲି ଯାଏ ଜୀବନ ର ଗୁଢ଼ ସାର ମର୍ମ ।
ପେଟ ଭୋକ ଜିହ୍ୱା ସ୍ଵାଦ କାମ ଜ୍ଵାଳା ନେଇ,
କର୍ମ କରୁଥାଏ ନୀତି ଧର୍ମ କୁ ଭୂଲାଇ।
ଏ ସଂସାରେ ସାର ଏକା ରାମ ନାମ ଧନ,
ଏହି ଧନେ ତରି ଯିବ ମଣିଷ ଜୀବନ।
ଏ ସୃଷ୍ଟି ର ସୃଷ୍ଟିକର୍ତ୍ତl ସ୍ରଷ୍ଟା ପଦେ ମନ ,
ସତ୍ୟ ଧର୍ମ ପଥେ କରୁଥାଅ ନିତ୍ୟ କର୍ମ।
ରାମ ନାମ ବ୍ରହ୍ମlସ୍ର ଯେ କଳି ଯୁଗେ ସାର,
ଏହି ଅସ୍ତ୍ରେ ପରାଜିତ ଯମ ଦଣ୍ଡ ଭୟ।
ଚଉରାଶି ଲକ୍ଷ ଯୋନି କରିଣ ଭ୍ରମଣ ,
ପାଇଛୁ ଏ ଅମୂଲ୍ୟ ମଣିଷ ଜୀବନ।
ଲକ୍ଷ ଲକ୍ଷ ତପସ୍ୟା ର ଫଳ ଏ ଜୀବନ ,
ସାର୍ଥକ କର ଏହାକୁ ଭଜି ରାମ ନାମ।।





0 Comments