⛳ମା ସମଲେଶ୍ୱରୀ⛳
🍁🍁🍁🍁🍁🍁🍁
ମାଆ ମାଆ ବୋଲି କେତେଯେ ଡାକିବି
ମୋତେ ତ ଲାଗୁନାହିଁ ଭଲ
ମା ସମଲେଶ୍ୱରୀ ତୁ ମୋ ପାଇଁ ବଡ
କିଏ ହେବ ମାଆ ତୋ ତୁଲ l
ହାତ ଧରି ମୋତେ ଦେଖାଇଦେ ବାଟ
ଶିଖାଇଦେ ମା ଭଲ କଥା
ଆସୁ ପଛେ ମା ଯେତେ ଝଡବତାସ
ନୁଆଁଇବି ନାହିଁ ମୋ ମଥା l
ଅଝଟ ହେଲେ ମୁଁ ବୁଝାଇଦେ ମାଆ
ବିପଦେ ନ ଛାଡ଼ିଦେ ମୋତେ
ବିପଦେ ଘୋଡାଇ ରଖ ମାଆ ମୋତେ
ରଖ ମୋତେ ହାତ ପlହlନ୍ତେ l
ଏତେ ଦୁଃଖ ଦେଇ କି ଲାଭ ପାଉଛୁ
କିଛି ତ ମା ବୁଝିଲୁ ନାହିଁ
ଭାଗ୍ୟ ବିଧାନ କିଏ ଟାଳିପାରିବ
ତଥାପି ଗୁହାରୁଛି ମୁହିଁ ll
🍁🍁🍁🍁🍁🍁🍁🍁
🍀ପ୍ରଫୁଲ୍ଲ କୁମାର ଦାଶ☘️ 🍀ଓକିଲ,ସମ୍ବଲପୁର☘️




0 Comments