ଜୟ ମା ଦୁର୍ଗା ( ପ୍ରଫୁଲ୍ଲ କୁମାର ଦାଶ, ଓକିଲ, ସମ୍ବଲପୁର)

         


  ଜୟ ମା ଦୁର୍ଗା

  ⛳⛳⛳⛳

ମା ଗୋ ମା ଜଗତ ଜନନୀ ଦୁର୍ଗା ମା 

ଭକ୍ତି ଅର୍ଘ୍ୟ ଘେନ ମୋର 

ସୁଆଶିଷ ଦେ ମାଆ କାତ୍ୟାୟିନୀ ମା 

ପ୍ରଣାମ ଗ୍ରହଣ କର l

ଶକ୍ତି ପ୍ରଦାୟିନୀ ମା ମଙ୍ଗଳମୟୀ 

ଭଲରେ ରଖିଥା ମାଆ 

ଦୁର୍ଗତି ନାଶିନୀ କରୁଣାମୟୀ ମା 

ମୋତେ ହୋଇଥା ମା ସାହା l

ଚଣ୍ଡୀ ନାମେ ତୁହିଁ ଜଗତେ ବୋଲାଉ 

ଭିନ୍ନ ଭିନ୍ନ ପିଠେ ରହି 

ଦୁଃଖୀ ରଙ୍କି ତୋତେ ଆତୁରେ ଡାକଇ 

ଅମୃତ ଦେ ମା ଝରାଇ l

ଜଗତଜନନୀ ମୁକ୍ତି ପ୍ରଦାୟିନୀ 

ତୁ ହିଁ ମୋ ଆରାଧ୍ୟ ଦେବୀ 

ସ୍ରୋତସ୍ୱିନୀ ମାଆ ସ୍ରୋତ ଦେ ବର୍ଷାଇ 

ମୁଁ ଆଉ ପାରୁନି ଭାବି l

ବିପନ୍ନ ଭଂଜନୀ ଅଭୟ ଦାୟିନୀ 

ମୋରି ପ୍ରାର୍ଥନା ସ୍ୱୀକାର 

ବିପଦେ ଆପଦେ ସାହା ହୋଇଥାଅl

ମୋ ଦୁଃଖ କରିଦେ ଦୂର ll

🍁ପ୍ରଫୁଲ୍ଲ କୁମାର ଦାଶ🍁                                

🪴ରୀନା କୁଟୀର, ସମ୍ବଲପୁର🪴

Post a Comment

0 Comments