(ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ)
ଯୁଗଜନ୍ମା ତୁମେ ଗାନ୍ଧୀ, ଶାସ୍ତ୍ରୀ
ଧନ୍ଯ ଏ ଭାରତ ଭୂଇଁ,
ତୁମରି ଆଦର୍ଶ ତୁମରି ଚିନ୍ତନ
ନିର୍ଝର ଝରଇ ଯହିଁ ।
ସ୍ବାଧୀନତା ର ସ୍ବାଦ ବାଣ୍ଟିଦେଲ
କଠୋର ତପସ୍ୟା କରି,
ଅହିଂସା ,ସତ୍ୟ ର ବାର୍ତ୍ତା ଦେଇଗଲ
ହିଂସା କୁ ବକ୍ଷରେ ସହି ।
କାଳଜୟୀ ତୁମେ ହେ ମହାମାନବ
ସରଳତା ତବ ଧନ,
ଶାନ୍ତି, ମୈତ୍ରୀ ର ଧ୍ବଜା ଉଡୁ ସଦା
ବାଣୀ ତୁମ ଚିରନ୍ତନ ।
ଅହିଂସା ପୂଜାରି,ଶାନ୍ତି ର ଦୂତ
ଆଳସ୍ୟ ବିହୀନ ପ୍ରାଣ ,
ସଚ୍ଚା ଦେଶପ୍ରେମୀ ,ଆହେ ମୃତ୍ୟୁଞୟୀ
ତୁମକୁ କୋଟି ପ୍ରଣାମ ।
ନିଃସ୍ବାର୍ଥ ସେବକ ଦେଶମାତୃକାର
କରିଛ କାରାବରଣ,
ସ୍ବାଭିମାନ ତୁମ ଜାତିର ଗୌରବ
ରଖିଛ ମା'ର ସମ୍ମାନ।
ଋଣ ଶୁଝିଦେଲ ଦେଶମାତୃକାର
ସ୍ବାଧୀନତା ଦେଇ କରେ,
ଚିନ୍ତା ଧାରା ତୁମ ପ୍ରତିହୃଦେ ରହୁ
ଏତିକି କାମନା କରେ ।
ଚନ୍ଦ୍ରକାନ୍ତି ମିଶ୍ର
ବଲାଙ୍ଗିର ।




0 Comments