ଦୀପ୍ତ ତପନ ( ଚିତ୍ରାରାଣୀ ପାତ୍ର)

 


  ।। ଦୀପ୍ତ ତପନ।।


ତୁମେ ଆକାଶର ଦୀପ୍ତ ତପନ

ମୁଁ ଯେ ମରତର କୀଟ,

ତୁମ କିରଣରେ ହସଇ ଜଗତ

ମୁଁ ଯେ ଜୁଳୁ ଜୁଳ ପୋକ।।୧।।


ତୁମ ଆଗମନ ଜଗତ ଚାହଇଁ

ମୋ' ପାଇଁକି କେବେ ନୁହଁ,

ତୁମରି ପରଶ ପାଇ ମୁହିଁ ବଞ୍ଚେ

ଅଳ୍ପାୟୁଷ ମୋର ପ୍ରାଣ।।୨।।


କ୍ଷୀଣ ଜ୍ୟୋତି ମୋର ଖଦ୍ୟୋତିକା 

ନିମିଷରେ ବୁଡ଼ିଯାଏ,

ତୁମ ପରି ମୁହିଁ ଶାଶ୍ଵତ ନୁହେଁ

କାଳାନ୍ତକ ଯାଏ ରହେ।।୩।।


ନାହିଁ କିଛି ମୂଲ୍ୟ କାହାରିର ପାଖେ

ଅଲୋଡା ଜୀବମୁଁ ଅଟେ,

ଦୁଃଖ କାହିଁପାଇଁ କରିବି ତେବେମୁଁ

ଫେରିଯିବି ନିଜ ବାଟେ।।୪।।

                 ***

      ।। ଚିତ୍ରା ରାଣୀ ପାତ୍ର।।

            ।। ବାଲେଶ୍ବର।।

Post a Comment

0 Comments