ସାଇବର କ୍ରାଇମ (ଚିତ୍ରାରାଣୀ ପାତ୍ର)




 ।। ସାଇବର କ୍ରାଇମ।। (ପ୍ରବନ୍ଧ।)


                      ସାମ୍ପ୍ରତିକ ସମାଜରେ ଏବେ ଯେତେ ସବୁ ଅପରାଧ ଘଟୁଛି, ତାମଧ୍ୟରୁ ସାଇବର କ୍ରାଇମ ଏକ ପ୍ରଧାନ କ୍ରାଇମ ହିସାବରେ ପରିଗଣିତ। ସଭ୍ୟତା ସଂସ୍କୃତି ଯେତେ ଦ୍ରୁତ ବେଗରେ ହେଉଛି ସମାଜରେ,କେବଳ ଏବେର ଆବଶ୍ୟକତା ବୋଲି ଧରି ନେଇଥିବା ମୋବାଇଲ ଯୋଗୁଁ।

                    ଆଗରୁ ମୋବାଇଲ ବ୍ୟବହାର ହେଉ ନଥିଲା। ମାତ୍ର ପୋଲିସ ଅଧିକାରୀ ମାନେ ଚୋର ଧରୁଥିଲେ। ଅବଶ୍ୟ ସେତେବେଳେ ସେମାନେ ଅଧିକ ନିଜର ବର୍ଦ୍ଦିକୁ ସମ୍ମାନ ଜଣାଇ ଦେଶ ପାଇଁ ସମର୍ପିତ ଭାବନାର ସହିତ କାମ କରୁ ଥିଲେ। ନଜିର ମିଳିଥାଏ ଅନେକ ଜାଗାରେ ସେମାନଙ୍କର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଚୋର ଡକାୟତ ଓ ଅନ୍ୟ ଅପରାଧୀ ସବୁ, ଯେଉଁମାନେ ବ୍ରାଉନ ସୁଗାର ଧନ୍ଦାରେ ଲିପ୍ତ, ଧରା ପଡି ଯାଆନ୍ତି ପୋଲିସ ଥାନା ଅଧିକାରୀ ତଥା ଉଚ୍ଚ ପଦ ଧାରୀ ପୋଲିସ ଅଧିକାରୀ ଦ୍ଵାରା। ମାତ୍ର ଏବେ କାହିଁକି ସମାଜରେ ଏତେ କ୍ରାଇମ ବଢ଼ିଛି?।

                     ଏହାର ଉତ୍ତର କିଏ ଦେବ। ଦେଖାଯାଏ ଅନେକ ସମୟରେ ପୋଲିସ ଅଧିକାରୀ ଧରିଥାନ୍ତି କିଛି ଅପରାଧୀ, ମାତ୍ର ସେମାନେ ପଦସ୍ଥ ଚାକିରି କରିଥିବା ବା ମନ୍ତ୍ରୀ ଶ୍ରେଣୀର ଲୋକଙ୍କ ପୁଅ ହୋଇଥାନ୍ତି। ଉପରୁ ଅର୍ଡର୍ ଆସେ ଛାଡ଼ିବାକୁ। ନ ମାନିଲେ ପୋଲିସ ଅଧିକାରୀ ଚାକିରୀରୁ ହେଵ ନିଲମ୍ବିତ। ଏବେ ମୋବାଇଲ ଯୋଗୁଁ ସାଇବର କ୍ରାଇମ ଶୀର୍ଷ ସ୍ଥାନକୁ ପହଞ୍ଚି ଗଲାଣି। ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ। ଭିଡିଓ କଲ ମାଧ୍ୟମରେ ନିଜ ଲୋକ ପରିଚୟ ଦେଇ, ବିଶ୍ଵାସ ଜନ୍ମାଇ ନାନା ଉପାୟରେ ଟଙ୍କା ସାହାଯ୍ୟ ମାଗିଥାଆନ୍ତି। ଦେବାର ପ୍ରତଶୃତି ଦିଅନ୍ତି। କିଛି ସାଧା ଲୋକ ତାଙ୍କର ଚଞ୍ଚକତା ନ ବୁଝି ଟଙ୍କା ସାହାଯ୍ୟ ଦିଅନ୍ତି। ସାହାଯ୍ୟ କରିବା ଭଲ ଗୁଣ। ମାତ୍ର ଚୋର, ଠକ, ତସ୍କରଙ୍କୁ ଦେଲେ ତାହା ପାପ କରିବା ସହ ସମାନ। କୌଶଳ ପ୍ରଶିକ୍ଷଣ କରି ଲୋକଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରରେ ଠକାଇବା ପାଇଁ ତତ୍ପର ହୁଅନ୍ତି। ଏ ସବୁ ପ୍ରବଞ୍ଚକ ଠାରୁ ଯଥା ସମ୍ଭବ ଦୂରେଇ ରହନ୍ତୁ। ତୁରନ୍ତ ଭିଡିଓ କଲ କହାର ଉଠାନ୍ତୁ ନାହିଁ। ବହୁତ୍ କିଛି କଲ ଧରିଲେ ଲକ୍ଷ୍ୟ କରି ନିଅନ୍ତି । OTP ମାଫିଆ ପ୍ରବଳ ଭାବରେ ମାତିଛନ୍ତି ।

ସବୁ ପଦରେ ସଜାଗ ନ ରହିଲେ , ନିମିଷକେ bank account 0 ହୋଇଯିବ। ପୋଲିସ୍ ଡିଜି ବି ସାହାଯ୍ୟ କରି ପାରିବେ ନାହିଁ।

                     ସୁଖର କଥା , ତଥା ଖୁସିର କଥା ଆମର ମହିଳା ପୋଲିସ ଅଧିକାରୀ ଅଧିକ ସକ୍ରିୟ ଅଛନ୍ତି। ସେମାନେ ସବୁ କଥାକୁ ଚାଲେଞ୍ଜ ବୋଲି ଭାବି ପଦକ୍ଷେପ ଗ୍ରହଣ କରନ୍ତି। ବିଭିନ୍ନ ସହରରେ, ଆମ ରାଜ୍ୟ ଓଡ଼ିଶା କଥା ଶୁଣନ୍ତୁ।

ମୁଁ ବାଲେଶ୍ବର ସହରର ଜଣେ ଅଧିବାସୀ। ଆମ ସହଦେବଖୁଣ୍ଟା ଥାନାର ଅଫିସର ମାନେ ବେଶ୍ କିଛି ଜଣ ସକ୍ରିୟ ଥିଲା ବେଳେ କିଛି ଜଣ ସକ୍ରିୟ ନୁହନ୍ତି।IIC ମାଡାମ ପ୍ରଜ୍ଞା ମହାନ୍ତିଙ୍କୁ ଅନେକେ ଦବଙ୍ଗ ଅଫିସର କହନ୍ତି। ତାଙ୍କ ସୁନାମ ଆଗରୁ ଚର୍ଚ୍ଚିତ।SP Madam Sagarika Nath, Very Very talented police officer. ଆମ୍ଭେମାନେ ଗର୍ବିତ ତାଙ୍କୁ ଆମ ସହରରେ ପାଇଛୁ। ପ୍ରଜ୍ଞା ମହାନ୍ତିଙ୍କୁ ଆମର ସମସ୍ୟା ଅବଗତ କରାଇଛୁ ଓ ସେ ପୂର୍ଣ୍ଣ ସହାୟତା କରିବେ ବୋଲି ପ୍ରତିଶୃତି ବଦ୍ଧ। ମୋର ନାମ ଗୋପନ ରଖିବାକୁ ବାଧ୍ୟ ହେଉଛି କିଛି କାରଣ ଯୋଗୁଁ। କାରଣ ସମସ୍ୟା ଯାହା ଆମର ବ୍ୟକ୍ତିଗତ ନୁହେଁ ।କେବଳ ଅନ୍ୟାୟ ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ସହଯୋଗର ହାତ ବଢ଼ାଇ ଅଛୁ।

                    ମଣିଷ ନିଜ ପାଇଁ ବଞ୍ଚିବା, ଏକ ରକମ ସ୍ବାର୍ଥ ପରର ଲକ୍ଷଣ। କିଛି ନିରୀହ ଲୋକ କଷ୍ଟ ପାଉ, ନିର୍ଯାତିତା ହେଉ ବର୍ଷ ବର୍ଷ ଧରି ଆମେ ସହି ପାରୁନୁ। ଏଇଭଳି ପରିସ୍ଥିତିରେ ଆମେ ଚାହୁଁ ଅପରାଧୀ ଦଣ୍ଡ ପାଉ। ସେ ଯିଏ ହେଉ, ଆଇନ ଆଖିରେ ଆଙ୍ଗୁଳି ଦେଖାଇ କଥା କହିବା ଲୋକ ବଡ଼ ଅପରାଧୀ। ଆମର ଇଚ୍ଛା ନିଜ ଲୋକ ଦୁଇ ପକ୍ଷର ଲୋକ, ମାତ୍ର ତା ଭିତରୁ ଅପରାଧ ଅଧିକ କିଏ କରିଛି ସେ ଦଣ୍ଡିତ ହେବା ଉଚିତ। ନହେଲେ ଏ ଖେଳ ସରିବନି। ବିଚାରା ଝିଅ କାନ୍ଦି କାନ୍ଦି ବାପଘରେ ବୋଝ ହୋଇ ରହିବ ଓ ଟଙ୍କା ପଇସା ପାଇବାରୁ ବଞ୍ଚିତ ହେଉଥିବ।

                        ଏହାର ଉତ୍ତର ସମାଜ ଜାତି ବା ସହରର ପୋଲିସ ଅଧିକାରୀଙ୍କ ସହଯୋଗ, କେଉଁଟା ଜରୁରୀ, ତାହା ବୁଝି କାର୍ଯ୍ୟାନୁଷ୍ଠାନ ଚଞ୍ଚଳ ନିଅନ୍ତୁ।


                         ନିବେଦିକା , ଲେଖିକା ଜଣେ।

                         ବାଲେଶ୍ଵର।

Post a Comment

0 Comments