**ମୁଁ କାହାର ଛାତି ତଳ
ବେଦନାର କାହାଣୀ,
ପୁଣି କାହା ପଲକର
ଚୋରା ଚୋରା ଚାହାଣି।**
**ନିତି ଫୁଟି ନିତି ଝରେ
ବଗିଚାରେ କାହାର,
ହେଲେ ଭରେ ମହକରେ
ତା ଅଙ୍ଗନ ଦୁଆର।**
**କାହାର ମୁଁ ଅଭିଳାଷ
ଭିଜା ଭିଜା ମନରେ,
କାହା ଲାଗି ଦୂର ଦେଶ
ରହେ ଆଖି ସେପାରେ।**
** ତଥାପି ପାଇଛି କେତେ
ଅନୁରାଗ ପ୍ରେମର,
ରଚି କେତେ ଅଭିସାର
ହୋଇଛିବି ନିଜର।**
**** ଚିତ୍ରା।****




0 Comments