.
................ଜଡାଙ୍କୁ ବନାଅ ସହଜେ ବେଡା...............
ଭଣ୍ଡାର ଧରିକି କାହିଁକି ବସିଛ
କେଉଁ ବଡପଣେ ସତେ
ଯିଏ ସେ ଆସୁଛି ମାଗିବାକୁ କିଛି
ଫେରୁଛି ସେ ଖାଲି ହାତେ ।।
ଦବାରତ ନାହିଁ ଡାକୁଛ କାହିଁକି
ଲଗୋଉଛ କାହିଁ ଡୋରି
ମିଛେ ଭଣ୍ଡୋଉଛ ତୁଛାଟାକୁ ଏତେ
ବିଶ୍ଵାସରେ ଆଶା ଭରି ।।
ପ୍ରଚାର ସର୍ବସ୍ୱ ବିଚାରକୁ କରି
ଜଡାଙ୍କୁ ବନେଇ ବେଢ଼ା
କାନ ଶୁଣା କଥା ଆଖିକୁ ଅଲଗା
ଦେଖୋଉଛ ଗୁଡା ଗୁଡା ।।
ବୁଝେଇ ଦୋଉନା ଠାର ଗାର କହି
ପାଖେ ରଖି କିଛି ଲୋକ
ସୁଖ ମାଗିବାକୁ ଯିବାର ଆଗରୁ
ଲଦେଇ ଦୋଉଛ ଦୁଃଖ ।।
ଖୋଲିକି ନକହି ବୁଲେଇ ବଙ୍କାରେ
ପଢେଇ ଅବନା ପାଠ
ଭାବକୁ ନିକଟ କରେଇ ଦୋଉନା
ଅଧାରୁ ମରେଇ ବାଟ ।।
***
ମହେନ୍ଦ୍ର ନନ୍ଦ
୮୨୪୯୪୧୧୩୬୭




0 Comments