ଆଜି ତ ଆସିବେ ପୂର୍ବ ପୁରୁଷ
==================
ଆଜି ତ ଆସିବେ ପୂର୍ବ ପୁରୁଷ
ପୟା ଅମାବାସ୍ୟା ଆଜି ର ରାତ୍ର
ପ୍ରତି ବର୍ଷ ଏହି ଦିନ ଚାହିଁ ଥାଅ
ହେଲା ଦିନୁ ତୁମ ସ୍ୱର୍ଗରେ ବାସ !!
ତୁମରି ରି ସ୍ୱାଗତ କରିବା ନିମନ୍ତେ
ଘର ଲିପିଆମେ କରିଛୁ ସ୍ଵଛ
ଅନ୍ଧାର ରାତିକୁ ଆଲୋକ କରିଛୁ
ଚାରି ଆଡେ ଜାଳି ମହମ ଦ୍ୱୀପ !!
ଖାଡ଼ି କୁ ଜଳେଇ ତୁମ ନାଆଧରି
ପ୍ରିୟ ଜନେ ଡାକୁ ଘରକୁ ଆସ
ଭାଗବତ ପଢି ଶୁଣେଇ ବୁ ଆମେ
ଆତ୍ମା ତ ତୁମର ହୋଇବ ମୋକ୍ଷ !!
ଜଳଯୋଗ ପାଇଁ ମଣ୍ଡା ଓ ଗଇଁଠା
କଦଳୀ ନଡ଼ିଆ ତାଳର ସଂଶ
ଭାଜିଛୁ କଦଳୀ ଦେଶୀ ମୁଗ ଡାଲି
ଖାଇବ ରାନ୍ଧିଛୁ ତତଲା ଭାତ !!
ଦେଇପିଣ୍ଡି ପରେ କଦଳୀ ପତରେ
ବାଢ଼ି ରଖିଅଛୁ ପକେଇ ଘୃତ
ପାଖେ ଜଳେଇଛୁ ଧୂପ ଆଉ ଦ୍ୱୀପ.
ଆନନ୍ଦରେ ଖାଇହୋଇବ ତୃପ୍ତ !!
ମୁଖ ବାସ ପାଇଁ ରଖିଛୁ ତାମ୍ବୁଳ
ଭୁଞ୍ଜୀବ ତାହାକୁ ହୋଇ ହରସ
ବିଶ୍ରାମ ନେବାକୁ ବୁଣି ତ ରଖିଛୁ
ବରୁଆଁ ନଟିରେ ଆମେତ ହେଁସ !!
ଆଲୁଅ ରେ ଆସି ଅନ୍ଧାର ରେ ଯିବ
ପାହାନ୍ତି ପହର ନହେଉ ଶେଷ
ଆମନ୍ତ୍ରଣ ଆମ ରହିଲା ତୁମକୁ
ଆଇଲା ସନକୁ ଆସିବ ନିଶ୍ଚ !!
ଆମ ପରେ ସଦା ଦୟା ରଖିଥିବ
ଆମେ ସବୁ ତୁମ ପୁତ୍ର ଓ ପୌତ୍ର
ତୁମେ ଦେଉଥିବ ସଦା ଆଶ୍ରିବାଦ
ଘୁଁଞ୍ଚି ଯିବ ଆମ ଜୀବନୁ ଦୁଃଖ
======================ଭାଗବତ ସାହୁ, ଆଶୁକବି, ନାଟ୍ୟକାର
ମା ବୀଣାପାଣି ସାହିତ୍ୟ କୁଟୀର
ଦୋଳପଦୀ, ବନ୍ତ, ଭଦ୍ରକ,
Mo=9437713276




0 Comments