ଦିବ୍ୟ ନାମ(ଚିତ୍ରା ରାଣୀ ପାତ୍ର)

     

           


     ।।।ଦିବ୍ୟ ନାମ।।


ହୃଦୟ ଝଙ୍କୃତ ହୁଏ ଯେବେ ମୋର

ଶୁଣି ତୁମ ଦିଵ୍ୟ ନାମ,

ପୁଲକିତ ପ୍ରାଣେ ରସଆସ୍ଵାଦନେ

ଭ୍ରମୁଁଥାଏ ମୋର  ମର୍ମ।।


ମୂରଲୀ-ସ୍ଵନରେ ହୁଏ ଆକର୍ଷିତ

ଏଇ ମୋ' ତୁଚ୍ଛା ଜୀଵନ,

ଇଚ୍ଛା ହୁଏ ଖାଲି ଲଭିବାକୁ ସଂଗ

ଖୋଜେ ମୋର ମନ ମୁନ।।


ତୁମ ଇଚ୍ଛାମତେ ନିଅ ଟାଣିପାଶେ

ନଚାଅ ଖେଳଣା ପରି,

କାଠ ପୁତ୍ତଳିକା ବନିଯାଏ ମୁଁ ଯେ

ନାଚୁଥାଏ ଘିରି ଘିରି।।


ଏମନ ଏଦେହ  ସବୁ ସମର୍ପିଛି

ତୁମରି ପାଖରେ ପ୍ରଭୁ,

ମନସ୍କାମ ପ୍ରଭୁ କରିବ  ପୂରଣ

ତରିବ ସଂସାର  ଭବୁ।।


ଦେଇଟିକେ ସ୍ଥାନ ଚରଣରେ ତୁମ

ଦାସ କରି ରଖିଥିବ,

ନିତି ଦରଶନ ପାଇବି  ଯେପରି

ସେହିମତେ ଚଳାଇବ।  

            ***

।।। ଚିତ୍ରା ରାଣୀ ପାତ୍ର।।

       ।।ବାଲେଶ୍ୱର।।

Post a Comment

0 Comments