ସମ୍ପର୍କ( ଶ୍ରୀମତୀ ସ୍ନେହ ମିଶ୍ର)

       


ସମ୍ପର୍କ

ଶ୍ରୀମତୀ ସ୍ନେହ ମିଶ୍ର


ସ୍ନେହ ପ୍ରେମ ଶ୍ରଦ୍ଧା ପ୍ରୀତିର ବନ୍ଧନ

ସଂସାରର ଖେଳଘର

ସମ୍ପର୍କର ଡୋର ଅତୀବ ନିବିଡ 

ମମତାର ଗନ୍ତାଘର ||୧||


ଜଗା ଓ ବଳିଆ  ଭଉଣୀ ସୁଭଦ୍ରା

ଆଦର୍ଶ ଜଗତ ପାଇଁ

ନୀଳାଚଳ ଧାମେ ଲୀଳା କରୁଛନ୍ତି

ଲୀଳାରେ ଜଗତ ସାଇଁ ||୨||


ଭାବ ଭକତିର ସମ୍ପର୍କରେ ବନ୍ଧା

ପ୍ରଭୁ ଜଗତର ନାଥ

ଦାସିଆ ବାଉରି ଭକ୍ତ ସାଲବେଗ

ବନ୍ଧୁ ମହାନ୍ତି ଭକତ ||୩||


ହର୍ଷ ଓ ଉଲ୍ଲାସ ପ୍ରୀତିର ଝଙ୍କାର 

ମଧୁର ସମ୍ପର୍କ ଡୋର

ଦୟା କ୍ଷମା ସତ୍ୟ ତ୍ୟାଗ ବଳୀଦାନ

ସେତୁବନ୍ଧ ବିଶ୍ଵାସର ||୪||

 

ପରମାତ୍ମା ସହ ଜୀବାତ୍ମା ସମ୍ପର୍କ

ନିତ୍ୟ ସୁବାସିତମୟ

ହୃଦୟରେ ବାସ ସମ୍ପର୍କର ସୁଧା

ଜୀବନ ମୁକ୍ତି-ନିଳୟ ||୫||

--------------------

Post a Comment

0 Comments