ଘୋର କଲିକାଳ
=============
ଜୟ ମାଁ ଦୁର୍ଗା ଦୁର୍ଗତି ନାଶିନୀ
ଶୁଣିମା ହେଉଗୋ ମାତା ଭକତ ଦୟିନୀ ।
ଆସ ଅବତରି ଏ ଧରା ଧାମକୁ
ଦୁଷ୍ଟ ,ପାପ ଶୂନ୍ୟ କର ଏହି ମେଦିନୀକୁ ।
ସଂସାରେ ଅମାପ ପାପ ଘୋଟୁଅଛି
ଚତୁର୍ଦ୍ଦିଗେ ଅଧର୍ମର ଦୌରାତ୍ମ୍ୟ ବଢୁଛି ।
ଜଗତେ ସଂସ୍କାରି ହୋଇ ରହିନାହିଁ କେହି
ଯେ କରେ ଅଧର୍ମ ,ମାନ ପାଇଥାଏ ସେହି।
କଣ ନ ଦେଖୁଛି କହ ଏହି ନେତ୍ରଦ୍ୱୟ
ଅସଂଖ୍ୟ ଅଧର୍ମ ବାକ୍ୟ ଶୁଣେ କର୍ଣ୍ଣଦ୍ବୟ।
ସଂସାରେ ବହୁତ ପାପ ବଢିଲାଣୀ
ମର୍ଯ୍ୟାଦାରେ ନାହିଁ ଏବେ ସ୍ବାମୀ ଓ ଘରଣୀ ।
ସ୍ବାମୀ ଖୋଜେ ଏଠି ଖାଲି ପରକୀୟା ପ୍ରୀତି
ଭୁଲି ଯାଉଛି ନିଜର କୁଳ,ଗୋତ୍ର ,ଜାତି ।
ମାଁ ହୋଇ ପିଲାଙ୍କୁ ଛାଡି ଯାଉଛନ୍ତି,
ନାରୀ ଆଉ ପାପ ପୁଣ୍ୟ ବିଚାରୁ ନାହାଁନ୍ତି।
ପାଶବିକ ମନୋବୃତ୍ତି ଧରି ଏଠି ସ୍ବାମୀ
ସ୍ତିରୀକୁ ଯାତନା ଦିଏ ବେଶ୍ୟାଳୟକୁ ଗମି।
ଯେଉଁ ଦେଶ ଗାଏ ଗାଥା ସୀତା, ସତୀ
ଅନୁସୂୟା,ଦ୍ରୌପଦୀର
ମନ୍ଦିରରେ ସିନା ଦେବୀଙ୍କ ସ୍ୱରୂପ
ବାହାରେ ହୁଅନ୍ତି ଶିକାର ।
ଏହି ଧରାଧାମେ, ଅବତରି ତୁମେ
ପାପୀକୁ ସଂହାର କର ।
ତୁମେ ଆସି, ମେଦିନୀକୁ ରକ୍ଷାକର ।
ମାଁ ! ମାନ ଉଦ୍ଧାରଣ କର ।
ଶ୍ରଦ୍ଧାଞ୍ଜଳି ତ୍ରିପାଠୀ, ବରଗଡ଼
ମୋ -୭୯୭୮୨୬୦୬୯୩




0 Comments