ସମତା (ପ୍ରମୋଦ କୁମାର ପ୍ରଧାନ)

    



         ସମତା 

      ------------------


ନ ଭାବ କାହାକୁ ସାନ କି ବଡ

          ନ ମଣ କାହାକୁ ହୀନ,

ହୀନମନ ରଖୁଥିବା ଲୋକମାନେ

         ନର୍କେ ପାଇଥାନ୍ତି ସ୍ଥାନ।।୧।

ଏ ଧରା ଭୂଇଁରେ ଜନ୍ମ ନେଇଥାନ୍ତି

            କେତେ ରକମର ଜନ,

କର୍ତ୍ତବ୍ୟ ଆଦରି ସତ୍ କର୍ମ କରି 

        ମର୍ତ୍ତ୍ୟେ ହୋଇଥାନ୍ତି ଧନ୍ୟ।।୨

ଶିକ୍ଷାଦାନ ଏକ ମହତ କାମ

         ଶିକ୍ଷକଙ୍କ ଏହା ବୃତ୍ତି,

ବ୍ରତୀ ପରି ଛାତ୍ରଛାତ୍ରୀଙ୍କ ହିତରେ 

           ଲାଗି ରହିଥାନ୍ତି ନିତି ।।୩

ବିଦ୍ୟାଳୟେ ସାଧାରଣ ଛାତ୍ରଛାତ୍ରୀ 

                ପଢ଼ୁଥାନ୍ତି ଦେଇ ମନ,

ତାଙ୍କରି ମେଳରେ ଭିନ୍ନକ୍ଷମ ପିଲା 

            ପାଇଥାନ୍ତି ସନମାନ।।୪।

ସମସ୍ତେ ପଢ଼ିବା ସମସ୍ତେ ବଢିବା

             ସର୍ବେ ମନ କରି ଏକ,

ଜଗତ ହିତରେ କାମ କରି ଆମେ

          ରଖିବା ତାହାରି ଟେକ।।୫।

                   ***

       ଶ୍ରୀ ପ୍ରମୋଦ କୁମାର ପ୍ରଧାନ

                  ସାଧନ କର୍ମୀ 

      ୟୁ.ପି.ଗ୍ରେଡ.ଟ୍ରେନିଂ , ଟିକରପଡ଼ା କ୍ଲଷ୍ଟର

Post a Comment

0 Comments