ମଡ଼ର୍ଣ୍ଣ ପାଠ
-------------------
ବିନା ସିଲଟରେ ପାଠ ପଢିବି ମୁଁ
ହେବି ମୁଁ କିଲକଟର ,
ଗୁରୁଜୀ ଆମର ଆସନ୍ତି ସ୍କୁଲକୁ
ଦିଶନ୍ତି ଭାରି ସୁନ୍ଦର ।।୧।
ବିନା ବସ୍ତାନିରେ ଯିବି ମୁଁ କ୍ଲାସକୁ
ପଢିବି କେତେ ଯେ ପାଠ,
ସାର୍ ଆମର ଯେ ବହି ଛାଡ଼ି ପୁଣି
କରନ୍ତି କେତେ ଯେ ନାଟ।।୨।
ନାଟ ତାମସାକୁ ଇଛା ମୋର ମନ
ପୁଣି ମଧ୍ୟାହ୍ନ ଭୋଜନ,
ଯଦି ଶିକ୍ଷକ ପାଠ ପଢ଼ାଇବେ
ଦୁଃଖିତ ହୁଏ ମୋ ମନ।।୩।
ଏହିପରି ଗୋଟେ ବରଷ ତ ଯାଏ
ପାଠ ଯାଏ ଚୁଲି ମୁଣ୍ଡକୁ,
ପରୀକ୍ଷା ଶେଷରେ ଫଳ ଆସିଲାରେ
ଯିବି ମୁଁ ଉପର କ୍ଲାସକୁ।।୪।
***
ଶ୍ରୀ ସୁଶାନ୍ତ କୁମାର ପଣ୍ଡା
ସାଧନକର୍ମୀ
ୟୁ.ପି. ଗ୍ରେଡ ଟ୍ରେନିଂ
ଟିକରପଡ଼ା କ୍ଲଷ୍ଟର




0 Comments