।। କାହିଁକି ହୁଏ?।।
ସକାଳ ହେଲେ ସୂରୁଜ କିଆଁ ପୂରୁବ ଦିଗେ ଉଏଁ?,
ନବ କଢ଼ିଟି ପାଖୁଡା ଖୋଲି ବାସ ବିତରି ଦିଏ?।।
ପରଜାପତି ଫୁଲରୁ ଫୁଲ କାହିଁକି ଉଡ଼ି ବୁଲେ?,
ପଦୁଅଁ ଫୁଲ ଆଦିତ୍ୟ ଦେଖି ପାଖୁଡା ତାର ଖୋଲେ।।
କଳା ବଉଦ ଘୋଟି ଆସିଲେ ବରଷା କିଆଁ ହୁଏ?,
ମେଘ ମଲ୍ଲାରେ ମୟୂର ନାଚି ଅଥୟ ହେଉ ଥାଏ।।
ବସନ୍ତ ଋତୁ ଆସଇ ଯେବେ କୋଇଲି କାହିଁ ଗାଏ?,
ଆମ୍ବ ଗଛରେ ବଉଳ ହୋଇ ମହକ ବୁଣି ଥାଏ?।।
କାକର ଟୋପା ପଡ଼ଇ କିଆଁ ହେମନ୍ତ ଋତୁ ହେଲେ?,
ମୋତି ମାଳରେ ସଜାଇ ହୁଏ କେତେ ଗୋଲାପ ଫୁଲେ।।
ଝରଣା ତାନ ଭାରି ମଧୁର ଶୁଭଇ କାହିଁପାଇଁ?,
କା'ଲାଗି ପ୍ରିୟା ନଦୀ ତୀରରେ ପଥକୁ ଚାହେଁ ରହି?।।
ମଧୁମାଳତୀ ଫୁଲେଇ ହୋଇ ଲଟେଇ ଯାଏ କାଇଁ?,
ମହାଦ୍ରୁମର ବାହୁ ଭିତରେ ଭିଡ଼ିକି ରହେ ଯାଇ?।।
ପ୍ରକୃତି ରାଣୀ କାହା ପାଇଁକି ସବୁଜ ଏତେ ଦିଶେ?,
ବରଷା ରାଣୀ ' ଦେହ ଛୁଇଁଲେ ମନଟି ତା'ର ହସେ।।
କାହା ଇଙ୍ଗିତେ ସଂସାର ଚାଲେ କହି ପାରିବ କିଏ?,
କିଏସେ ଏତେ ସୁନ୍ଦର ଛବି ଆଙ୍କି ଲୁଚିକି ରୁହେ?।।
***
।। ଚିତ୍ରା ରାଣୀ ପାତ୍ର।।
।।ବାଲେଶ୍ଵର।।
ବରଷା ରାଣୀ ତା'ଦେହେ ଛୁଇଁ




0 Comments