।।ଇଗଲ ପକ୍ଷୀ।।
ଇଗଲ୍ ପକ୍ଷୀର ଶାଣିତ ଦୃଷ୍ଟିରେ
ସମାଜର ଭ୍ରଷ୍ଟ ରୂପକୁ ଦେଖି,
ଇଚ୍ଛା ହୁଏ ନେଇ ଯାଆନ୍ତି ଝାମ୍ପିମୁଁ
ମୋଡ଼ି ମାଡ଼ି ତାଙ୍କ ବେକକୁ ଟେକି।।୧।।
ହିଂସା ଦ୍ୱେଷ ଆଉ ଲୁଟ ତରାଜରେ
ପେଶି ଘଣି ହୁଏ ନିରୀହ ଜନ,
ଧୂର୍ତ୍ତ ଖଣ୍ଟ ଯେତେ ପକେଟ୍ ଭରନ୍ତି
ଜଳାଞ୍ଜଳି ଦେଇ ମାନ ସନ୍ମାନ।।୨।।
ସ୍ଵାର୍ଥପର ସାଜି ଶିକ୍ଷିତ ଜନତା
ଆଖି ବୁଜି ଦେଇ ବସନ୍ତି ଘରେ,
ଏହିକି ଜାତୀୟ ଚରିତ୍ର ତାଙ୍କର
ଚିନ୍ତା ଦକ କେବେ ଘାରେନା ତାରେ?।।୩।।
ନିର୍ଲଜ୍ଜ ଭାବରେ ଦେଖୁଥାନ୍ତି କିଛି
ଦାୟୀତ୍ତ୍ଵ ହୀନର ବିବେକ ସାଥେ,
ନିଜ ପିଲାଛୁଆ ଭଲରେ ରହିଲେ
ଅନ୍ୟ କଥାରେବା ଯା 'ଆସେ କେତେ।।୪।।
ଅ ବିବେକୀ ପଣେ ଜିଅଁ ନ୍ତି କିପରି
କିଏବା ରଖୁଛି ହିସାବ ତାର,
ଯେଉଁଦିନ କେବେ ପ୍ରହାର ପାଇବେ
ଖୋଲିଯାଇପାରେ ଜ୍ଞାନର ଦ୍ୱାର।।୫।।
କେବେ ଶୁଭଦିନ ଆସିବ ଲେଉଟି
ରାମରାଜ୍ୟ ସତେ ଆସିବ ଫେରି,
ସ୍ୱାଧୀନ ଦେଶର ନାଗରିକ ଆମେ
ଉତ୍କଣ୍ଠାରେ ପ୍ରାଣ ରହିଛି ଭରି।।୬।।
।। ଚିତ୍ରା ରାଣୀ ପାତ୍ର।।
।।ବାଲେଶ୍ଵର।।




0 Comments