ମଧୁମୟ ପ୍ରୀତି____,
ମଧୁମୟ ପ୍ରୀତି, ମଧୁମୟ ଗୀତି,
ମଧୁର ଚାନ୍ଦିନୀ ରାତି,
ମଧୁର ଶବ୍ଦର ମଧୁର ଝଙ୍କାର,
ପ୍ରାଣ ଉଠୁଥିଲା ମାତି।।
ମଧୁର ରାଗିଣୀ ଗାଉଥିଲ ତୁମେ
ମଧୁ ପଡୁଥିଲା ଝରି,
ମଧୁରେ ମଧୁରେ ମଧୁ ପାନ କର,
ଉଡିଲି ଭ୍ରମର ପରି।।
ଥିଲା ମଧୁଶାଳା ମଧୁବନ ଯହିଁ
ବିରାଜୁ ଥିଲା ଅଙ୍ଗନେ,
ମଧୁ ମାଳତୀ ର ମଧୁର ବାସ୍ନାରେ
ଭିଜୁ ଥିଲେ ଆମେ ଦୁହେଁ।।
ସବୁ ମଧୁରର ଅମୃତ ଝରଣା
ଝରିପଡୁଥିଲା ଯେବେ,
ନଥିଲା କଳ୍ପନା, କବିର ଭାବନା
ବାସ୍ତବରେ ଥିଲେ ତେବେ।।
ସହସା କିଏସେ ଆସି ଭାଙ୍ଗି ଦେଲା
ମଧୁ ବସାଟିକୁ ମୋର,
ସବୁ ମଧୁ ତଳେ ପଡି ଲୋଟୁଥିଲା,
କରୁଥିଲି ଚିତ୍କାର।।
ହଜେଇ ଦେଲି ମୁଁ ସବୁକିଛି ମୋର
ଝୁରୁଛି ମଧୁର ସ୍ମୃତି,
ତୁମେ କଣ ଆଉ ଫେରିକି ଆସିବ,
ଗାଇବ ମଧୁର ଗୀତି?।।
***
।।ଚିତ୍ରା ରାଣୀ ପାତ୍ର। ବାଲେଶ୍ଵର।।




0 Comments