ହେବାକୁ ମୁଁ ଚାହିଁଥିଲି (ଚିତ୍ରାରାଣୀ ପାତ୍ର)

             


      ।।ହେବାକୁ ମୁଁ ଚାହିଁଥିଲି ।।


ହେବାକୁ ମୁଁ ଚାହିଁଥିଲି ତୁମ ହାତ କାଚ

ରୁଣୁଝୁଣୁ ଶବଦରେ କରିଥାନ୍ତି ନାଚ।।


ହେବାକୁ ମୁଁ ଚାହିଁଥିଲି ପାଦର ନୂପୁର

ଶବଦରେ ତୋଳିଥାନ୍ତି କେତେଯେ  ଝଙ୍କାର

କେତେଯେ ଝଙ୍କାର........।।


ହେବାକୁ ମୁଁ ଚାହିଁଥିଲି ମଥାର ଟିକିଲି

ତୋରା ତୋରା ଦିଶୁଥାନ୍ତି ହୋଇ ଝିଲିମିଲି।।


ହେବାକୁମୁଁ ଚାହିଁଥିଲି ହେବି ପାଟ ଶାଢ଼ୀ

ରଙ୍ଗ ବେରଙ୍ଗର ଥାନ୍ତା  କେତେ ଫୁଲ କଢ଼ି

କେତେ ଫୁଲ କଢି.........  ।।


ହେବାକୁମୁଁ ଚାହିଁଥିଲି ପାଦର ଅଳତା

ନାଲି ନାଲି ରଙ୍ଗେ ରଞ୍ଜି ଜାଳନ୍ତି ସଳିତା 

ଜାଳନ୍ତି ସଳିତା............।।


ହେବାକୁମୁଁ ଚାହିଁଥିଲି ହେବି ଅଣ୍ଟା ସୂତା

ସୁବର୍ଣ୍ଣ କିଙ୍କିଣୀ ସାଥେ ହୋଇଥାନ୍ତି ବନ୍ଧା 

ହୋଇଥାନ୍ତି ବନ୍ଧା.........।।


ହେବାକୁମୁଁ ଚାହିଁଥିଲି ଗଭାର ଗଜରା

ମଲ୍ଲି ଫୁଲ ବାସନାରେ ଭରିଥାନ୍ତା ସାରା

ଭରିଥାନ୍ତି ସାରା........।।


ହେବାକୁମୁଁ ଚାହିଁଥିଲି ଆଖିର କଜଳ

ପଲକରେ ଲାଗି ଦିଶୁଥାନ୍ତିମୁଁ ସଜଳ।।


ହିବାକୁମୁଁ ଚାହିଁଥିଲି   ଝୁମୁକା କାନର

ଲଟୁ ଭଳି ଘୂରି ଘୂରି ଦିଶନ୍ତି ସୁନ୍ଦର।।


ନହେଲିମୁଁ ନାଇଁ ପଛେ କିଛିମୁଁ ତୁମର

ତୁମେ ମୋର ହୋଇଯାଅ ଏକାନ୍ତ ନିଜର

ଏକାନ୍ତ ନିଜର...........।

           ***

 ।। ଚିତ୍ରା ରାଣୀ ପାତ୍ର।।

    ।।ବାଲେଶ୍ଵର।।

Post a Comment

0 Comments