କାଲି(ଚିତ୍ରାରାଣୀ ପାତ୍ର)

 



        ।।।କାଲି।।


'କାଲି' ଶବ୍ଦଟିଏ ଏପରି ଏକ

ଆରମ୍ଭ ଅଛିତ ଶେଷଟି ନାହିଁ,

ନିତି ଆସୁଥାଏ ପର ଦିନଟି

ମାତ୍ର କାଲି କେବେ ସରଇ ନାହିଁ।(୧)


ବିଚିତ୍ର ନିୟମ ସଂସାରଟାରେ

ଚାଲିଆସୁଅଛି ଆଦିମ କାଳୁ,

ତଥାପି ମଣିଷ ଭାଳି ଚାଲିଛି

କେବେ ସେଇଶବ୍ଦ ଆଉ ନଚଳୁ।(୨)


 କେତେ ରକ୍ତପାତ ଘଟି ଚାଲିଛି

ଏଇ ଶବ୍ଦଟିର କଥାକୁ ନେଇ,

ମଣିଷ କାହିଁକି ଏତେ ଅବୁଝା

ବୁଝେନାହିଁ କେବେ କଥାକୁ ଦେଇ।(୩)


ମଣିଷ ଖେଳୁଛି ନିତି ଦିନରେ

ଶବ୍ଦର ପ୍ରଚଣ୍ଡ ଗାରିମା ନେଇ,

ହୋଲି ଖେଳୁଥାଏ ରକତେ ଭିଜି

ତେବେବି ଚକ୍ଷୁତା ଖୋଲଇ ନାହିଁ।(୪)


ଅନ୍ତ ଘଟନ୍ତା କାଲିଟିର ଯଦି

ସଭିଏଁ ଖୁସିରେ ରହନ୍ତେ ସିନା,

ଶାନ୍ତି-ମୈତ୍ରୀ ଆଉ ଭ୍ରାତୃଭାବରେ

ଜୀବନ ସଳଖ ଚାଲନ୍ତା କିନା???।(୫)

             ***

     //ଚିତ୍ରା ରାଣୀ ପାତ୍ର//

      // ବାଲେଶ୍ୱର //

Post a Comment

0 Comments