।। ଅଶ୍ରୁ।।
ଅଶ୍ରୁ କେବେ କହିଦିଏ ନୀରବତା ଭାଙ୍ଗି
ତା ଭିତରେ ଥିବା ଜ୍ଵଳନକୁ,
ପୁଣି କେବେ ହସି ଦେଇ କହୁଥାଏ
ଜୀବନର ରଙ୍ଗୀନ ସ୍ବପ୍ନକୁ।।
ଛାଇ ଆଲୁଅର ଖେଳେ କେବେ ହସ
ଆଉ କେବେ ପୁଣି କାନ୍ଦ,
ଲୁହ କିନ୍ତୁ ସାଥି ଥାଏ ସଦାବେଳେ
ସତେ ଏକ ଜୀବନର ଛନ୍ଦ।।
ନରମ ପାପୁଲି ଛୁଇଁ ଦିଏ କିଏ
ପ୍ରତିଶ୍ରୁତିଯେ ମଧୁର,
ସମୟ ସାଥିରେ ବଦଳି ପାଲଟେ
ଜୁଇସେ କେଉଁ ଚିତାର ।।
କି ବିଶ୍ଵାସ କେବେ ଘର ପୋଡ଼ିଯାଏ
ଅବା ବାତ୍ୟା ବନ୍ୟା ଆସେ,
ସୁନାମୀ ଅଶାନ୍ତ ଢେଉ ସବୁ ଆସି
ସବୁ ସାଥେ ନେଇ ଭାସେ।।
ଏଇତ ଦୁନିଆଁ ଚିର ସହଚର
ସୁଖ ଦୁଃଖ ସାଥେ ସାଥେ,
କପାଳ ଲିଖନ କଥା କିଏ ଭାବେ
କିଲେଖା ହୋଇଛି ମାଥେ।।
ବଞ୍ଚିବାକୁ ଶ୍ୱାସ ଟିକେ ହୁଏ ଲୋଡା
ପାଣି ଟିକେ ପିଇବାକୁ,
ପେଟ ଚାଖଣ୍ଡକ ପାଇଁ ମୁଠେ ଅନ୍ନ
ଲୁଗା ଖଣ୍ଡେ ଦେହ ଢ଼ାଙ୍କିବାକୁ ।।
।। ଚିତ୍ରା ରାଣୀ ପାତ୍ର।।
।। ବାଲେଶ୍ଵର।।




0 Comments