ଉବାଚ( ଚିତ୍ରାରାଣୀ ପାତ୍ର)

     




।। ଉବାଚ: ସୂର୍ଯ୍ୟ ଓ  ସୂର୍ଯ୍ୟ ପ୍ରିୟା ପଦ୍ମର।।


ସୂର୍ଯ୍ୟ ____ ଢଳ ଢଳ ହେଉଥାଉ ସରସୀର ଜଳେ

                 ଦେଖିଦେଲେ ଥରେ ମୋତେ 

ପାଦ ତୋ'ର ଟ ଳେ।।୧।।


ଅପଲକ ନେତ୍ରେ ଯେବେ ରହିଥାଉ ଚାହିଁ

ମୋ' ପ୍ରେମିକ ମନ ତେବେ ହୁଏ ହାଇଁ ପାଇଁ।।୨।।


କେଉଁ ପୁଟ ଦେଇ ତୋତେ ବିଧାତା ଗଢ଼ିଲା

ସଂସାର ଯାକର ରୂପ ନେଇ ଠୁଳ କଲା।।୩।।


ପଦ୍ମ _____

ଏପରି କୁହନା ଆଗୋ  ମୋ' ପ୍ରିୟ ଆଦିତ୍ୟ

ତୁମ ଯୋଗୁଁ ସୃଷ୍ଟି ପରା ହେଉଛି ଜୀବନ୍ତ।।୧।।


ତୁମ ବିନା ସଂସାରରେ କେ ବଞ୍ଚି ପାରିବ

ମୁହିଁ ସିନା ନିରୀମାଖି ପଦ୍ମ ପୁଷ୍ପ ଏକ।।୨।।


ଅନନ୍ତ ଯୁଗରୁ ମୁଁହି ପ୍ରତୀକ୍ଷା କରିଛି

ତୁମ ଦାସୀ ହେବାପାଇଁ ସର୍ବଦା ଚାହିଁଛି।।୩।।


ସୂର୍ଯ୍ୟ _____

ନିଜେ ଉପମାନ ହେଉ ପୁଣି ଉପମେୟ

କବି ଥକି ଯାଏ ଦେଖି ତୋ' ଉଜ୍ଜ୍ୱଳ ମୁହଁ।।୧।।


ଅପରୂପା ଲକ୍ଷ୍ମୀ ମାତା କରନ୍ତି ଆଦର

ପଦ୍ମ ଫୁଲେ ଶ୍ରଦ୍ଧା ବଢେ ବଢାନ୍ତି ପୟର।।୨।।


ଶ୍ରୀହରିଙ୍କୁ ବୋଲାଯାଏ କାମଳ ଲୋଚନ

ଏଡ଼େ ଭାଗ୍ୟ ପ୍ରିୟା ତୋର କମଳିନୀ ନାମ।।୩।।


ପଦ୍ମ______

ତୁମ ପ୍ରେମେ ମନ ମୋର ସଦା ଝୁରୁଅଛି

ବଞ୍ଚିତାମୁଁ ହେବିନାହିଁ ହୃଦୟ କହୁଛି।।୧।


ସୂର୍ଯ୍ୟପାଇଁ  ଜ ନ୍ମେ ପୁଣି ସୂ ର୍ଯ୍ୟପାଇଁ ବଞ୍ଚେ

 ଊ ର୍ଦ୍ଧ୍ୱ ମୁଖୀ ରହିଥାଏ ତୁମପାଇଁ ମୁଁ ଯେ।।୨।।


ନାରାୟଣ ହସ୍ତେ ତୁମେ ଶୋଭା ପାଉଥାଅ

ଲକ୍ଷ୍ମୀ ଠାକୁରାଣୀ ହସ୍ତେ ଆଦରବି ପାଅ।।୩।।


ସୂର୍ଯ୍ୟ____

ପଙ୍କରୁ ହୋଇବି ଜାତ ଲୋଡା ପଡ଼ିଥାଉ,

ଲକ୍ଷ୍ମୀ ମାତା କରେ ଥାଇ କେତେ ଶୋଭା ପାଉ।।୧। 


ସବୁ ପୁଜା ପରବରେ ଆସି ଲାଗି ହେଉ,

ଶାରଦୀୟ ପୂଜା ବେଳେ ଖୋଜା ପଡ଼ିଥାଉ।।୨।।


କହଲୋ ମାନସୀ ଥରେ ମନକୁ ତୋ ଖୋଲି,

କାଇଁ ପାଇଁ ବସିଥାଉ ପାଖୁଡାକୁ ମେଲି।।୩।।


 ଶ୍ରେଷ୍ଠ ନାରୀ ହୁଏ ଗଣା ତୋ, ର' ନାମ ନେଇ,

ପଦ୍ମିନୀ ଜାତୀୟା ନାରୀ ଶୋଭାକୁ ବଢାଇ।।୪।।


ସୂର୍ଯ୍ୟ ପ୍ରିୟା ବୋଲି ଖ୍ୟାତ ତୁହି ଜଗତରେ,

ତୋହ ପାଇଁ ଆସେ ଗର୍ବ ମୋ' ମନ ମଧ୍ୟରେ।।୫।।


ମୋ' ପାଇଁ ଜନମ ତୋ'ର ମୋପାଇଁ ମରଣ,

ଊ ର୍ଦ୍ଧ୍ଵ ମୁଖୀ ହୋଇ ଯାହା ପାଉତୁ କଷଣ।।୬।।


                ।। ଚିତ୍ରା ରାଣୀ ପାତ୍ର।।     

                 ।। ବାଲେଶ୍ବର।।

Post a Comment

0 Comments