।।। ତୁମେ ।।।
ସଉଦାଗର ନୁହଁ ପ୍ରେମର ସହରେ
ସପନ ବଣିକ ମୋର,
ସେଥିପାଇଁ ହୃଦେ ଦେଇଥିଲି ସ୍ଥାନ
ରାଜକର ନିରନ୍ତର।
ଅନନ୍ତ ଯୁଗରୁ ରହିଥିଲି ଚାହିଁ
ସ୍ନିଗ୍ଧ ପରଶପାଇଁ,
ଚନ୍ଦ୍ରମା ସାଜି ଆସିଲ ଜୀବନେ
ତନୁ ଦେଲ ଶୀତଳାଇ।
ନାହିଁ କିଛି ଆଉ କାମନା ବାସନା
ପୂର୍ଣ୍ଣ କରିଛ ସବୁ,
ପ୍ରୀତି ପାରାବାରେ ରହିଛି ମୁଁ ବୁଡି
ସେତ ଗଭୀର ସିନ୍ଧୁ।
****
।।।ଚିତ୍ରା ରାଣୀ ପାତ୍ର।।।
।।ବାଲେଶ୍ୱର।।




0 Comments