ସୂଚନାଟିଏ ମୁଁ(ମଧୁସ୍ମିତା ସାହୁ)

 

     


        ସୂଚନାଟିଏ ମୁଁ 

କେବଳ ମାତ୍ର  ମୁହିଁ ସୂଚନାଟିଏ

ସୁବାର୍ତ୍ତା ରୂପ ଅବଚେତନାଟିଏ

ସମସ୍ତଙ୍କ ପାଖକୁ ପହଞ୍ଚିବାର

ଖବର ଦେବାଲାଗି ଜରିଆଟିଏ।।

ନିମିତ୍ତ ମାତ୍ରକ ସୂଚନା ରୂପରେ

ମୋବାଇଲ ଟିଭି ଖବର ଦେବାରେ

ସମ୍ପର୍କ ସେତୁର ସୂତା ଖିଅ ନେଇ

କର୍ତ୍ତବ୍ୟ ପଥରେ ଅଗ୍ରସର ହୋଇ ।‌।

ଧନୀ ଗରୀବର  ଭେଦଭାବ  ଭୁଲି

ସୂଚନା ଦେବାକୁ ବିବେଚିତ ହେଲି

ଗୁରୁ ଦାୟିତ୍ଵ କୁ ତୁଲାଇବା ପାଇଁ 

ସୂଚନା ଦେବାକୁ ଯାଉଅଛି ଧାଇଁ।।

ସୂଚନା ଟିଏ ହୋଇ ପାଖକୁ ଯାଏ

ଭାବ ମାଧ୍ୟମରେ ଯୋଡ଼ି ହୋଇଯାଏ 

କେତେ ଶୁଭ କେତେ ଖୁସୀ କେତେ ହସ

 ସାଥେ ନେଇ ଭେଟି ଦିଅଇ ସରସ।।

ପୁଣି ଦୁଃଖ   କେତେ ଲୁହ କେତେ କୋହ

ଅନିଚ୍ଛା ସତ୍ତ୍ବେ ଦେବାକୁ ପଡେ ଅସହ୍ୟ

ସାନ୍ତ୍ଵନା ମୂଳକ ଅଭିନନ୍ଦନ କୁ

ଶୁଭକାମନା ର ଶୁଭେଚ୍ଛା ଦେବାକୁ।।


ନାମ --ମଧୁସ୍ମିତା ସାହୁ 

 ବ୍ରହ୍ମା ନଗର ପ୍ରଥମ ଗଳି 

 ବ୍ରହ୍ମପୁର 

 ଜିଲ୍ଲା-ଗଞ୍ଜାମ 

ଓଡ଼ିଶା 

ମୋ---୯୩୪୮୨୮୫୪୧୬

Post a Comment

0 Comments