ସୁଉପଦେଶ( ଶ୍ରୀ ଅକ୍ଷୟ କୁମାର ପୂଜାହାରୀ)

 



ପିଲାମାନଙ୍କୁ କେବେ ବି ଧନୀ ହେବା ପାଇଁ ଶିକ୍ଷା ଦିଅନ୍ତୁ ନାହିଁ,  ସବୁବେଳେ ସୁଖୀ ହେବା ପାଇଁ ଶିକ୍ଷା  ଦିଅନ୍ତୁ।।

🙏🙏🙏🙏🙏🙏


 ସାନ ଭାବି ତାକୁ ଅବଜ୍ଞା ନକର

ତାହେଲେ ଠୋକର ପାଇବ,

ବଡ଼ ବୋଲି କେବେ ଦେବନି ସମ୍ମାନ

ନିଜେ ଅପମାନ ପାଇବ  ।


ପିଲାମାନଙ୍କୁ କେବେ ବି ଧନୀ ହେବା ପାଇଁ ଶିକ୍ଷା ଦିଅନ୍ତୁ ନାହିଁ, ସେମାନଙ୍କୁ ସବୁବେଳେ ସୁଖୀ ହେବା ପାଇଁ ଶିକ୍ଷା ଦିଅନ୍ତୁ ଏହା ଦ୍ବାରା ସେମାନେ ବଡ଼ ହେଲେ ଆପଣଙ୍କ ଅନୁଭୂତିର ମୂଲ୍ୟ ଦେବା ଶିଖିବେ କିନ୍ତୁ ଅର୍ଥର ନୁହେଁ  ।


ଯେତେବେଳେ ବିନା ଅଧିକାରରେ କିଛି ଛଡେଇ ନିଆଯାଏ ତେବେ ମହାଭାରତ ଆରମ୍ଭ ହୁଏ ଏବଂ ଯେତେବେଳେ ତୁମେ ନିଜର ଅଧିକାର ଛାଡି ଖୁସି ପାଅ ତେବେ ରାମାୟଣ ଆରମ୍ଭ ହୁଏ  ।


ନିଜର ତୁଳନା  କେବେ କାହା ସହ କରିବା ଉଚିତ୍ ନୁହେଁ, ଯେମିତି ହାତର ସବୁ ଆଙ୍ଗୁଠି ସମାନ ହୋଇନଥାଏ ସେମିତି ସମସ୍ତଙ୍କ ଚିନ୍ତାଧାରା ମଧ୍ୟ ସମାନ ହୋଇନଥାଏ  ।

        ଶୁଭ ସକାଳ

     🙏ଜୟ ଶ୍ରୀ ପର୍ଶୁରାମ 🙏

        ଦିନଟି  ଆପଣଙ୍କ ପରିବାରର ପାଇଁ  ମଙ୍ଗଳମୟ ହେଉ ।।

୨୭/୧୦/୨୪

ଅକ୍ଷୟ ପୂଜାହାରୀ 

ବିନିକା 

ସମ୍ବାଦ ପ୍ରତିନିଧି 

୯୯୩୮୬୬୮୪୩୫

Post a Comment

0 Comments