ବାହୁ ଝୁଲଣାରେ ଝୁଲାଇ ଦେବି ମୁଁ
ଚିନ୍ତା ଦକ କର ନାହିଁ,
ମୋ କାନ୍ଧ ସାହାରା ଦେଉଥିବ ସଦା
ଏତେ କଥା ଭାବ ନାହିଁ।।
ଜୀବନଟା ଥାଉ ଲୋଡା ନାହିଁ କିଛି
ମନ ଭରି ଦେଖୁଥିବି,
ଯେତେ ଝଡ଼ ଝଞ୍ଜା ଆସୁ ମୋ' ଜୀବନେ
ସେଥିକୁମୁଁ ନ ଡରିବି।।
ପାଶେ ପାଶେ ଥାଇ ଯତନ କରିବି
ଅଭାବ ଜାଣିବ ନାହିଁ,
କାଳିଆ ଆମର ସାହା ଅଛି ପରା
ସବୁତ ବୁଝିବ ସେହି।।
ମୋ' ଆଖିରେ ତୁମେ ଦେଖିବ ସପନ
ମୋର ଓଠେ ହସୁଥିବ,
ମୋ' ଆଖି ପଲକେ ସଜାଇବ ଘର
ଫୁଲରେ ମହକୁ ଥିବ।।
ରଜନୀଗନ୍ଧାର ସ୍ତବକ ସଜାଇ
ଘର କୋଣେ ରଖିଦେବି,
କବିତାରେ ତୁମ ଶବଦ ହୋଇବି
ଉପମା ଖୋଜି ଆଣିବି।।
ଯେତେଦିନ ଯାଏ ଥିବ ମୋ' ଜୀଵନ
ତୁମରି ସେବାରେ ଥିବି,
ହାତରେ ତୁମକୁ ଖୁଆଇ ତୋଷିବି
କୋଳରେ ଶୁଆଇ ଦେବି।।
।। ଚିତ୍ରା ରାଣୀ ପାତ୍ର।।
।। ବାଲେଶ୍ଵର।। (ଶୀର୍ଷକ __
ହୃଦ ଗଣ୍ଠିଧନ।)




0 Comments