।।ମିଛ ହୁଏ ଦିନେ ସତ।।
ଦିନେ ଖେଳୁଥିଲି ପିଲାବେଳେ କେବେ
ମିଛ ମିଛ ଶାଶୂ ଘର,
ମିଛ ଦିନେ କେବେ ସତ ହୋଇଗଲା
ପର ହେଲା ବାପଘର।।
ପର ପୁଅ ହେଲା ଅତି ଆପଣାର
ଆଦର ସୋହାଗ ସାଥେ,
ଛାଡି ମୁଁ ଆସିଲି ଅନ୍ତରଙ୍ଗ ସଖୀ
ମନେ ରହିଲାନି ଏତେ।।
ଭେଳିକି ଲଗାଇ ଦିନ ରାତି ବିତେ
ଆପଣା ସୁଖରେ ମାତି,
ଭୁଲି ହୋଇଯାଏ ସାଙ୍ଗ ସାଥି ମେଳ
ନିଜ କଥା ଭାବି ନିତି।।
ଦୁନିଆର ଏକି ଚିରନ୍ତନ ରୀତି
ସବୁରି ଜୀବନେ ଘଟେ,
ପ୍ରିୟତମ ମୁଖ ସବୁଠୁ ସୁନ୍ଦର
ମିଠା ମିଠା କେତେ ଲାଗେ।।
ଧେତ ହେତ ସବୁ ମିଛ ମିଛ ଲାଗେ
ମିଛରେ ଟେକୁଛି ଗାଲୁଆ କଥାକୁ,
ବାପ ଘର ସୁଖ ଲାଗେ
ବାପା ମାଆ ଭଲ ଲାଗେ।।
ମୋ ଭାଇ ଭଉଣୀ ସବୁଠୁ ସୁନ୍ଦର
କେହି ନୁହେଁ ତାଙ୍କ ସାଙ୍ଗେ,
ସାଙ୍ଗ ସାଥି ମେଳ ସବୁଠୁ ନିଆରା
ଭାରି ଭଲ ଲାଗେ ମୋତେ।।
***
।।ଚିତ୍ରା ରାଣୀ ପାତ୍ର।।
।।ବାଲେଶ୍ବର।।




0 Comments