..................ହେ ପ୍ରଭୁ କଳା ଶ୍ରୀମୁଖ.................
ଆଖିରେ ଦେଖୁଛ ଆଖିରେ କହୁଛ
ଶୁଣୁଛ ଆଖିରେ ଦୁଃଖ
ଆଖିଙ୍କର ଆଖି ଆହେ ଚକାଆଖି
ହେ ପ୍ରଭୁ କଳା ଶ୍ରୀମୁଖ ।।
ହାତ ପାଦ ନାହିଁ ଅଧାଗଢ଼ା ହୋଇ
ବସିଛି ମଣିମା ପଣେ
ନେତ ଉଡୋଉଛ ଆକାଶ ଛୁଏଁଇ
ପତିତପାବନ ନାମେ ।।
ଗତି ତୁମେ ଏକା ମୁକ୍ତି ତୁମ ହାତେ
ଭକ୍ତର ଭକ୍ତିରେ ବନ୍ଧା
ଭାବରେ ଛନ୍ଦିଛ କୋଟି ବ୍ରହ୍ମାଣ୍ଡକୁ
ଗଣ୍ଠି ଦେଇ ନବସନ୍ଧା ।।
ତୁମେ ହିଁ ବେଦର ପବିତ୍ର ଓଁକାର
ତୁମେ ହିଁ ଶଦ୍ଦର ସ୍ୱର
ତୁମେ ହିଁ ଜୀବନ ବୀଣାର ଝଙ୍କାର
ତୁମେ କରୁଣାର ଝର ।।
ଏକର ଅନେକ ଅନେକର ଏକ
ଦିବ୍ୟ ତୁମେ ସତ୍ତା ତୁମେ
କରି କରାଉଛ ଅଦୃଶ୍ୟରେ ରହି
ଅବୁଝା ଲୀଳାର ନାମେ ।।
ମହେନ୍ଦ୍ର ନନ୍ଦ
୮୨୪୯୪୧୧୩୬୭




0 Comments