।। ତୁମେ ଦେଖାଇଛ।।
ତୁମେ ଦେଖାଇଛ ମୁକ୍ତିର ପଥକୁ
ପଦେ ପଦେ ଶିକ୍ଷା ଦେଇ,
ତୁମେ ଶିଖାଇଛ ଗାଇବାକୁ ଗୀତ
ଦୁଃଖଠୁ ଦୂରେଇ ରହି।।
ତୁମରି ନାମରେ ଦେଖେ ମୁଁ ସକାଳ
ତୁମରି ନାମରେ ରାତି,
ତୁମରି ପ୍ରେମରେ ବୁଡ଼ିଯାଏ ଯେବେ
ଦୂରେଇ ଯାଏ ମୋ ଭୀତି।।
ତୁମେତ ସୁଖର ପାରାବାର ଅଟ
ତୁମେତ ଅନ୍ଧର ବାଟ,
ସୁଖ ଦୁଃଖ ସବୁ ଦୂର କରିଦିଅ
କରିଦେଇ ତୁମ ଚାଟ।।
ତୁମ ପଦେ ମୋର ରହିଥାଉ ମତି
ସଙ୍କଳ୍ପକୁ କର ଦୃଢ଼,
ହଜି ନଯାଏ ମୁଁ ସୁଖର ସନ୍ଧାନେ
ଦୁନିଆଁ ଅଟଇ ଭିଡ଼।।
ହାତ ଧରି ମୋର ଚଲାଇ ନିଅ ହେ
ତୁମ ଅନୁଗାମୀ କରି,
ତୁମରି ଚରଣେ ଶରଣ ପଶୁଛି
ମୁକ୍ତିର ମଶାଲ ଧରି।।
ଆଡେଇ ଦେବନି ପାଦରେ ତୁମର
ମୁଁ ଯେ ଜାଣେନା କିଛି,
ଭକ୍ତି ଭାବପୂର୍ଣ୍ଣ ନୈବେଦ୍ୟ ଅର୍ପୁଛି
ଯାହା ଟିକେ ଶିଖିଅଛି।।
***
।। ଚିତ୍ରାରାଣୀ ପାତ୍ର।।
।।ବାଲେଶ୍ଵର।।




0 Comments