ସବୁଜ ସ୍ବପ୍ନ(ଚିତ୍ରାରାଣୀ ପାତ୍ର)




     ।।ସବୁଜ ସ୍ଵପ୍ନ।।


ମୁଁ ନୁହେଁ କାହାର ସବୁଜ ସପନ

କାହା ପ୍ରତୀକ୍ଷାର ଲଗ୍ନ,

ମୋପାଇଁ ବସନ୍ତ ପତ୍ର ଝରା ଋତୁ

ନାହିଁ ଅବିରର ସ୍ଵପ୍ନ।।


ମୋ ଦେହେ ଲାଗେନା ନାଲି ନେଳି ଆଉ 

 ଗୋଲାପୀ ରଙ୍ଗର  ଚିହ୍ନ,

ଅନେକ ପଛରେ ଛାଡି ମୁଁ ଆସିଛି

କିଏ କରେନାହିଁ ପ୍ରଶ୍ନ।।


ଧୂସର ଜୀବନେ ରଙ୍ଗ ଲାଗେନା

ଲାଗେ ଖାଲି କଳା ଦାଗ,

ସୀମନ୍ତରେ ଯଦି ସିନ୍ଦୂର ନଥାଏ

ପାଇଥାଏ ଖାଲି ଦୁଃଖ।।


ସ୍ମୃତି ସବୁ ସିନା ସାଇତା ରହିଛି

ଭୁଲି ହୁଏ ନାହିଁ କେବେ,

ସବୁ ଋତୁ ଆସି ଚାଲିଯିବ ଆଗେ

ରହିଯିବି ପଛେ ଯେବେ।।


ପାଟ ଶାଢ଼ୀ ପିନ୍ଧି ସଜାଇ ହେବିନି

ସବୁତ ମୋ ପାଇଁ ମନା,

ଗହଣାରେ ଆଉ ଛାଇ ମୁଁ ଯିବିନି

ରହିବି ହୋଇ ନମୁନା।।


ବୈଧବ୍ୟଟା ଏକ ଅଭିଶାପ ଅଟେ

ବଞ୍ଚୁ ବଞ୍ଚୁ ମାରି ଦିଏ,

ମନ ପୋଡିଯାଏ ବ୍ୟଥାରେ ଯାହାର

ତାକୁବା  ପଚାରେ କିଏ?।।


            ।। ଚିତ୍ରା ରାଣୀ ପାତ୍ର।।

            ।। ବାଲେଶ୍ଵର।।।।ସବୁଜ ସ୍ଵପ୍ନ।।


ମୁଁ ନୁହେଁ କାହାର ସବୁଜ ସପନ

କାହା ପ୍ରତୀକ୍ଷାର ଲଗ୍ନ,

ମୋପାଇଁ ବସନ୍ତ ପତ୍ର ଝରା ଋତୁ

ନାହିଁ ଅବିରର ସ୍ଵପ୍ନ।।


ମୋ ଦେହେ ଲାଗେନା ନାଲି ନେଳି ଆଉ 

 ଗୋଲାପୀ ରଙ୍ଗର ଚିହ୍ନ,

ଅନେକ ପଛରେ ଛାଡି ମୁଁ ଆସିଛି

କିଏ କରେନାହିଁ ପ୍ରଶ୍ନ।।


ଧୂସର ଜୀବନେ ରଙ୍ଗ ଲାଗେନା

ଲାଗେ ଖାଲି କଳା ଦାଗ,

ସୀମନ୍ତରେ ଯଦି ସିନ୍ଦୂର ନଥାଏ

ପାଇଥାଏ ଖାଲି ଦୁଃଖ।।


ସ୍ମୃତି ସବୁ ସିନା ସାଇତା ରହିଛି

ଭୁଲି ହୁଏ ନାହିଁ କେବେ,

ସବୁ ଋତୁ ଆସି ଚାଲିଯିବ ଆଗେ

ରହିଯିବି ପଛେ ଯେବେ।।


ପାଟ ଶାଢ଼ୀ ପିନ୍ଧି ସଜାଇ ହେବିନି

ସବୁତ ମୋ ପାଇଁ ମନା,

ଗହଣାରେ ଆଉ ଛାଇ ମୁଁ ଯିବିନି

ରହିବି ହୋଇ ନମୁନା।।


ବୈଧବ୍ୟଟା ଏକ ଅଭିଶାପ ଅଟେ

ବଞ୍ଚୁ ବଞ୍ଚୁ ମାରି ଦିଏ,

ମନ ପୋଡିଯାଏ ବ୍ୟଥାରେ ଯାହାର

ତାକୁବା ପଚାରେ କିଏ?।।


            ।। ଚିତ୍ରା ରାଣୀ ପାତ୍ର।।

            ।। ବାଲେଶ୍ଵର।।

Post a Comment

0 Comments