ସାହିତ୍ୟ ଦିଏ ଜୀବନ ବାର୍ତ୍ତା (ମନୋଜ କୁମାର ଭୋଇ)

 


    ଶୀର୍ଷକ : 


ସାହିତ୍ୟ ଦିଏ ଜୀବନ ବାର୍ତ୍ତା

-------------------

ମନୋଜ କୁମାର ଭୋଇ 

ଜ୍ୟୋସ୍ନା ନିବାସ , 

ଟିକାବାଲି , କନ୍ଧମାଳ, 

-------------------



ସାହିତ୍ୟ କହଇ ଜୀବନର ଗାଥା 

ଦୁଃଖ ସୁଖ ବାର୍ତ୍ତାବହୀ

ଭାବନା ରାଜ୍ୟରୁ ଉଦ୍ଭାସିତ ହୋଇ 

ସଭିଙ୍କ ଗାଥା ବର୍ଣ୍ଣଇ ।।


ଜୀବନର ମୂଲ୍ୟବୋଧକୁ ବୁଝାଇ 

ରଚିଥାଏ ନିରନ୍ତର 

ଅକ୍ଷୁର୍ଣ୍ଣ ରଖଇ ସଂସ୍କୃତି ଗାରିମା

ବର୍ଣ୍ଣି ଉତ୍ତମ ଭାବର ।।


କଲମ ମୁନର ପ୍ରଚଣ୍ଡ ନିର୍ଘୋଷେ 

ଇତିହାସ ବଦଳିଛି 

ଅନୀତି ଅନ୍ୟାୟ ଅଧର୍ମ ବ୍ୟାପିଲେ 

ସତ୍ୟ ନ୍ୟାୟ ପ୍ରକାଶିଛି ।।


ଭାଷାକୁ ସମ୍ବଳ କରି ସାହିତ୍ୟିକ 

ରଚିଯାଏ ନିରନ୍ତରେ

ବାସ୍ତବ କଳ୍ପନା ଚିତ୍ରକଳ୍ପ ବଳେ

ସାହିତ୍ୟ ସମୃଦ୍ଧି କରେ ।।


ସାଧନା ବଳରେ ସାହିତ୍ୟର ସୃଷ୍ଟି 

ଶବ୍ଦ ଚାତୁରୀର ଖେଳ 

ଜୀବନର ବାର୍ତ୍ତା ବହନ କରଇ 

ଭାବନାର ଶୀର୍ଷ ଫଳ ।।


ମଣିଷ ଜୀବନେ ଶ୍ରେଷ୍ଠ ବନ୍ଧୁ ରୂପେ 

ସାହିତ୍ୟ ହୁଅଇ ଗଣା 

ଜୀବନ ସାର୍ଥକ କରେ ମନୁଷ୍ୟକୁ

କରେନା ସେ ବାଟ ବଣା ।। 


ଯେଉଁ ସଭ୍ୟତା ର ସାହିତ୍ୟ ଉନ୍ନତ

ସେ ସଭ୍ୟତା ଅଗ୍ରଗଣ୍ୟ 

ପଥ ପଦର୍ଶକ ସାଜି ସେ ସମାଜେ 

ପାଏ ଶୁସଭ୍ୟତା ମାନ୍ୟ ।।


--------🙏---------

Post a Comment

0 Comments