।।ଦଗ୍ଧ ଫୁଲବନ।।
ସୁରମ୍ୟ-ଉଦ୍ୟାନ ଆଜି ନାହିଁ ଆଉ
ଉଜୁଡି ଯାଇଛି ସବୁ,
କିଏ ନିରୀମମ ଜାଳିଦେଇଗଲା
ଦଗଧ ହେଉଛି ବୁକୁ।।(୧)।।💐
ସୁରଭି ଏବେବି ମହକିତ ହୁଏ
ବାଡିଘର-ଅଗଣାରେ,
ଜାତି ଜାତି ରଙ୍ଗ ନାଚେ ଦୃଶ୍ୟ ପଟେ
ଭୁଳିମୁଁ ପାରୁନି ଥରେ।।(୨)।।💐
ସବୁଜ-ଗାଲିଚା ନାହିଁ ଆଗଭଳି
ଜଳି ଯାଇଛି ତା'ଦେହ,
ମନରେ ଜାଗୁଛି ଅଜଣା ଆଶଙ୍କା
ଛାତିରୁ ଉଠୁଛି କୋହ।।(୩)।।💐
ଶିଶିର-ଭିଜାସେ ଫୁଲଗଛ ସବୁ
ମନରୁ ଯାଇନି ଲିଭି,
ତୁମ ପ୍ରେମ ଆଜି ସ୍ମୃତିରେ ଭାସୁଛି
ଦିକି-ଦିକି ଜଳୁଅଛି।।(୪)।।💐
ପତ୍ର-ଝରା ଋତୁ ହୋଇଛି ଜୀବନ
ଆଉ କିଛି ବାକିନାହିଁ,
ସୁନେଲି-ସପନ ଦେଖୁନାହିଁ ମୁଁଯେ
ଜୀବନଟା ମରୁଭୂଇଁ।।(୫)।।💐
***
।। ଚିତ୍ରା ରାଣୀ ପାତ୍ର।।
।।ବାଲେଶ୍ୱର।।




0 Comments