ମନେ ପଡ଼େ ଆଜି( ଚିତ୍ରାରାଣୀ ପାତ୍ର)

 


ମନେ ପଡ଼େ ଆଜି*****



ଲୁହର ଶ୍ରାବଣ ପୋଛି ଦେବା ହାତ 

ମୋ ପାଶରେ ଆଉ ନାହିଁ,

ମିଠା ଫଗୁଣକୁ ବାଣ୍ଟିନେବା ସାଥି 

ଫେରିକି ଆସଇ କାହିଁ।।****


ସବୁ ଋତୁଗୁଡା ନିଆରା ନିଆରା 

ଲାଗୁଥିଲା ଦିନେ ମୋତେ,

ଦୂର ଆକାଶରେ  ତାରା ଏବେ ସିଏ 

ଦେଖିକି ପାରିବେ ସତେ?।।****


ନିଃସଙ୍ଗ ଜୀବନ ସାଥୀହରା ହୋଇ 

ବିତାଇବ ଦିନ ଯିଏ,

ସେଇ ଏକା ମୋର ଦୁଃଖକୁ ବୁଝିବ 

ଆନ ନପାରିବ କିଏ।।****


ସ୍ମୃତି ଗୁଡା ଖାଲି ସାଉଁଟି ଚାଲିଛି 

ଅତୀତ ସ୍ତୃପର ତଳୁ,

ଯେତେ ଖୋଳୁ ଅଛି ସରୁନି ସାଉଁଟା 

କୋହ ସମ୍ଭାଳୁ  ସଂଭାଳୁ ।।****


ସୁଦୀର୍ଘ ଲାଗଇ ଆୟୁଷ ମୋହର 

କାଳବି ଦୂରେଇ ଅଛି,

ଯେତେ ଡାକୁଅଛି ପାଖକୁ ମୋହର 

କର ଛଡା ଦେଉଅଛି।।****


        ।। ଚିତ୍ରା ରାଣୀ ପାତ୍ର।।

         ।। ବାଲେଶ୍ଵର ।।

Post a Comment

0 Comments