ସମୀକ୍ଷାର ଇତି କଥା ( କ୍ଷୁଦ୍ରଗଳ୍ପ) ଚିତ୍ରାରାଣୀ ପାତ୍ର

          



       ।। ସମୀକ୍ଷାର ଇତି କଥା।। ( କ୍ଷୁଦ୍ରଗଳ୍ପ।)


                             ସମୀକ୍ଷାର ମାତ୍ର ତିନି ବର୍ଷ ତଳେ ବିବାହ ହୋଇଛି ପ୍ରତୀକ ଦାସ୍ ସହିତ। ସ୍ଵାମୀ ତାର ଖୁବ ଭଲ, ସହାନଭୂତିଶୀଳ ଓ ଅନ୍ତରଙ୍ଗ ବନ୍ଧୁ ଭଳି ବ୍ୟବହାର। ସବୁ ଠିକ୍ ଭିତରେ ଗୋଟିଏ କଥା ଅଡୁଆ ଥିଲା, ଯାହା ପ୍ରତୀକକୁ ଘର ଲୋକ କହି ନ ଥିଲେ। ଅନେକ ଡାକ୍ତର ତାକୁ ଦେଖିଛନ୍ତି ମାତ୍ର ରୋଗ ଭଲ କରିବାରେ ସକ୍ଷମ ହୋଇ ପାରି ନ ଥାଆନ୍ତି।

                       ସମୀକ୍ଷା ଦେଖିବାକୁ ଖୁବ ସୁନ୍ଦରୀ, ଓ ସ୍ୱଭାବରେ ଅତି ମେଳାପୀ । ପାଠ ଭଲ ପଢ଼ୁଥିଲା। ବେଶି ଗୁଡ଼ାଏ ପଢ଼ିନି,କେବଳ ବି ଏ ପାସ୍ କରିଛି। ପ୍ରତୀକ ଘର ଲୋକ ବି ଚାକିରିଆ ଝିଅ ଖୋଜୁ ନଥିଲେ। ସମୀକ୍ଷାର ପ୍ରସ୍ତାବ ତାର ମାମୁଁ ନେଇ ଆସିଥିଲେ। ପ୍ରତୀକ ଘରର ବଡ ପୁଅ। ବ୍ୟାଙ୍କର ଡେପୁଟି ମ୍ୟାନେଜର।

                  ବିଭାଘର ପରେ କିଛି ଦିନ ଶାଶୂଘରେ ରହି, ନୂଆ ନୂଆ ଆସିଥାଏ ଭୁବନେଶ୍ଵରକୁ ସ୍ଵାମୀ ପାଖକୁ। ରୋଗ କଣ କେହି ଜାଣି ନାହାଁନ୍ତି। ମଝିରେ ମଝିରେ ବାହାରେ। ବେଳେ ବେଳେ ବ୍ୟବଧାନ ଅଧିକରେ ବାହାରେ। ବିଚାରୀ ତାର ଦୋଷ କିଛି ଏଥିପାଇଁ ନାହିଁ। ଦିନେ ହଟାତ ଅଧା ରାତିର କଥା, କବାଟ ଖୋଲାର ଶବ୍ଦରେ ନିଦ ଭାଙ୍ଗିଗଲା ପ୍ରତୀକର। ଦେଖିଲା ପାଖରେ ସ୍ତ୍ରୀ ନାହିଁ। ପରେ ପରେ ଗ୍ୟାରେଜରୁ ଗାଡି ବାହାରିବା ଶଦ୍ଦ। ଦଉଡି ଆସିଲା ବେଳକୁ ଗାଡି ଚଳାଇ ଚଞ୍ଚଳ ବାହାରି ଯାଉଛି ସମୀକ୍ଷା। ଆଶ୍ଚର୍ଯ୍ୟର ସୀମା ପାରି ହେଇଗଲା। କାଳ ବିଳମ୍ବ ନକରି ଉଠିପଡ଼ି ସ୍କୁଟରରେ ପତ୍ନୀକୁ ଖୋଜି ଖୋଜି ପାଇଲା ନାହିଁ। କେଉଁବାଟେ ଏତେ ଶୀଘ୍ର ଜଣେ ଉଭାନ ହୋଇଯିବ?। ବିଭିନ୍ନ ଦିଗରେ ଗଲା। ପାଇଲା ନାହିଁ ବୋଲି ବ୍ୟସ୍ତ ହୋଇ ପଡ଼ିଲା। ତାକୁ ଜଣା ଥିଲା ସ୍ତ୍ରୀ ଗାଡି ଡ୍ରାଇଭିଂ ଭଲ ଜାଣେ। ଧନୀ ଘରର ଝିଅ। ଗେହ୍ଲା ହୋଇ ବଢ଼ିଛି।

                    କ୍ଷଣେ ଛିଡ଼ା ହୋଇ ଭାବିଲା ପୋଲିସ ଥାନା ଯିବ। ରିପୋର୍ଟ ଲେଖାଇ ଦେବ ଏଫଆଇଆର ଦେଇ। ମାତ୍ର ବିପରୀତ ଦିଗରୁ ପୋଲିସର ଗାଡି ଓ ଆମ୍ବୁଲାନ୍ସ ଦେଖି ରହିଗଲା ଏତେ ରାତିରେ ପ୍ରତୀକ ଛିଡ଼ା ହେବାର ଦେଖି ଥାନା ଗାଡି ଅଟକିଲା। ସେ କହିଲା ସ୍ତ୍ରୀକୁ ଖୋଜି ଖୋଜି ବାହାରକୁ ଆସିଛି। ଯାହା ଶୁଣିଲା,ଆଖି ଖୋସି ହେଇଗଲା। ସେମାନେ କହିଲେ ଦେଖିବେ ଆସନ୍ତୁ ହସ୍ପିଟାଲ ଚିହ୍ନଟ କରି କହିବେ ଆପଣଂକ ସ୍ତ୍ରୀ କି ନାହିଁ? ଡରି ମରି ପ୍ରଭୁଙ୍କୁ ଡାକୁଥାଏ ପ୍ରଭୁ ମୋ ସ୍ତ୍ରୀ ଭଲ ରହିଥାଉ।

                ସେମାନେ କହିଲେ ଗଛରେ ଗାଡି ପିଟି ହୋଇ ଯାଇଛି ଓ ମୁଣ୍ଡ ଫାଟି ଚେତା ନାହିଁ। ପେଟ୍ରୋଲିଙ୍ଗ କରୁଥିଲେ, ଦେଖି ଡାକ୍ତରଖାନା ନିଆ ଯାଉଛି। ୟାର ହୋସ ଉଡ଼ି ଯାଉଥାଏ ଭୟରେ। ପଛେ ପଛେ ଚାଲିଲା ଡାକ୍ତର ଖାନାରେ ବେହୋସ ସ୍ତ୍ରୀ। କାହାକୁ ପଚାରିବ। ଜୀଵନ ନାଟିକା କ୍ଷୀଣ ହୋଇ ଆସୁଥିଲା। ଘରକୁ ଫୋନ ଲଗାଇଲା। ଶ୍ୱଶୁର ଘରକୁ କହିଲା। ସମସ୍ତେ ଶୁଣି ଯଥା ଶୀଘ୍ର ପହଞ୍ଚିବାକୁ ଚେଷ୍ଟା କଲେ। ସମୀକ୍ଷା ବାପାଙ୍କୁ ଆଜି ସତ କଥା କହିବାକୁ ପଡିବ। ତେବେ ସମସ୍ତେ ଆସି ପହଞ୍ଚି ଗଲେ।

                ଝିଅର ବିମାରୀ ନିଦରେ ଶୋଇ ଚାଲି ପାରେ। ଥରେ ଏମିତି ପାଣିରେ ବୁଡି ଯାଇଥିଲା ନିଦରେ। ଭାଗ୍ୟ ଭଲ ବଞ୍ଚି ଗଲା। ବହୁତ ଡାକ୍ତର ଦେଖିଲେ, ମାତ୍ର ଭଲ କରି ପାରିଲେ ନାହି। କିଛି କହିଲେ ବାହାଘର ପରେ ଭଲ ହୋଇଯିବ। ଝିଅ ଘର, ବ୍ୟସ୍ତ ହୋଇ ପଡ଼ିବା ସ୍ଵାଭାବିକ।ଶୀଘ୍ର ଉପଯୁକ୍ତ ପାତ୍ର ଦେଖି ଦିହାତ କରି ଦେଲେ। ଘରେ ଗୋଡେ ଗୋଡେ ଜଗିଥାନ୍ତି।

                       ଆଜିର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଝିଅଟା ଅସମୟରେ ମୃତ୍ୟୁବରଣ କରିବ ଭାବି ପାରୁନଥିଲେ।

ସମସ୍ତଙ୍କ ଆଖିରେ ଲୁହ । ଶାଶୂ ଭାରି ଭଲ ପାଉଥିଲେ। ସ୍ଵାମୀ ପ୍ରତୀକ ଦୁଃଖରେ ଭାଙ୍ଗି ପଡୁ ଥାଆନ୍ତି। ଡାକ୍ତରମାନେ ଚେତା ଫେରାଇ ଆଣିଲେ ଅକ୍ଲାନ୍ତ ପରିଶ୍ରମ କରି। ମାତ୍ର ସମୀକ୍ଷାର ସ୍ମୃତି ଶକ୍ତି ଚାଲି ଯାଇଥିଲା ଶକ୍ତ ଆଘାତ ପାଇ। ହାୟରେ ଦୁଃଖ

ବଞ୍ଚି ଗଲା ସିନା କାହାକୁ ନ ଚିହ୍ନି ପାରି ବଲ ବଲ କରି ଚାହିଁ ଥାଏ। ଗୋଟିଏ ଆଶ୍ୱାସନା ବାଣୀ ଶୁଣାଇଥିଲେ, ହୁଏତ ଆଉ କେବେ ଭବିଷ୍ୟତରେ ଦୁର୍ଘଟଣା ହେଲେ ସ୍ମୃତି ଶକ୍ତି ଫେରି ଆସିପାରେ। କେଉଁ ଭରସା କରିବ। ତାର ଜୀବନ ହା ହୁତାଶରେ ଭରିଗଲା। ଘରକୁ ଆଣି ଖୁବ ଶୁଶ୍ରୁଷା କଲେ। ଅପେକ୍ଷା କେତେ କଷ୍ଟ, ଅନୁଭବୀ ଜାଣେ।

                        ତାର ଶ୍ବଶୁର ଅପରାଧୀ ଭଳି ମୁଣ୍ଡ ତଳକୁ କରି ନୀରବରେ ଛିଡ଼ା ହୋଇଥିଲେ। ଆଖିରୁ ଧାର ଧାର ଲୁହ ବୋହି ଯାଉଥିଲା। କୁଣ୍ଢାଇ ପକାଇ ଜ୍ବାଇଁଙ୍କୁ କ୍ଷମା ମାଗୁଥିଲେ। ତାଙ୍କର ହାତକୁ ଧରି ପକାଇ ପ୍ରତୀକ କଇଁ କଇଁ କାନ୍ଦି ପକାଇଲେ। ନାଇ ବାପା ଆପଣଙ୍କର ଦୋଷ ନୁହେଁ। ମୋ ଭାଗ୍ୟରେ ଯାହା ଅଛି ଫଳିବ। ସେ ଯଦି ଭବିଷ୍ୟତରେ ଭଲ ହୋଇଯାଏ, ମୋଠାରୁ ଅଧିକ ଖୁସି କିଏବା ହେବ?।

                  ଉଦାସ ଆଖିରେ ଆକାଶକୁ ଚାହିଁ ଦେଖେ ପ୍ରତୀକ। ଭାଗ୍ୟର ତାରକା ସତରେ ଉଦୟ ହେବ ତ?।

                        ।। ସମାପ୍ତ।।

         ।। ଚିତ୍ରା ରାଣୀ ପାତ୍ର।।

          ।। ବାଲେଶ୍ୱର।।

Post a Comment

0 Comments