ମାଆ ମୁହିଁ ଭାଗ୍ୟବତୀ ( ଚିତ୍ରାରାଣୀ ପାତ୍ର)

 


    ।। ମାଆ ମୁହିଁ ଭାଗ୍ୟବତୀ।।

************************

 କେଡେ ଭାଗ୍ୟବତୀ ମାଆଟିଏ ମୁହିଁ 

ସନ୍ତାନ କୋଳରେ ଧରି,

ସ୍ନେହ ମମତାରେ ଭୁଲି ମୁଁ ଯାଉଛି 

ସବୁ ବେଦନାକୁ ସ୍ମରି।।


ମାତୃତ୍ତ୍ୱର ସ୍ଵାଦ ଯିଏ ନ ପାଇଛି 

ବୁଝି ପାରଇ କି ସୁଖ,

ସମସ୍ତ ସୁଖର ଅସରା ପସରା 

ସାଉଁଟି ଭୁଲେ ସେ ଦୁଃଖ।।


ସବୁ ସନ୍ତାନକୁ ଭଲ ପାଇପାରେ 

ବିଶ୍ଵ ଜନନୀ ହୋଇ,

 ମୁକୁଳା ତାହାର ସ୍ନେହର ଭଣ୍ଡାର 

କା ପାଇଁକି କମେ ନାହିଁ।।


ସୃଷ୍ଟିକର୍ତ୍ତାଙ୍କର  ଶ୍ରେଷ୍ଠ ସୃଜନୀ 

ଅନୁଭବୀ ପାରେ ସେହି,

ପଣତ କାନିରେ ବାନ୍ଧି ରଖିପାରେ 

ମମତାର ମୂଲ ଦେ଼ଇ।।


ପ୍ରତିବଦଳରେ ଚାହେଁନା କିଛି ସେ 

ନିଃସ୍ୱାର୍ଥ  ପଣିଆ ପାଇଁ,

 ଅସରା ତାହାର ଭଲ ପାଇବାର 

ଅକ୍ଷୟ ପାତ୍ରଟି ଯହିଁ।।

          ***

।। ଚିତ୍ରା ରାଣୀ ପାତ୍ର।।

।। ବାଲେଶ୍ଵର।।

Post a Comment

0 Comments