।। ନାରୀ।।
******************"""""*
ନାରୀ ନୟନର କଟାକ୍ଷ ଦେଖିଛ
ଦେଖିନ ବହ୍ନି ଶିଖା,
ପତଙ୍ଗର ସମ ଝାସତ ଦେଇଛ
ପାଇଛକି କେବେ ରକ୍ଷା?।।
ଅଶ୍ରୁ ଦେଖିଛ ନାରୀଟିର ତୁମେ
ଅବଳା ଭାବିଛ ତାକୁ,
ଭାବିନ ଥରେବି ଭାସି ଯାଇପାର
ଅଥଳ ଦରିଆ ବୁକୁ ।।
ନାରୀର ହସର ତୀକ୍ଷ୍ଣ ବ୍ୟଙ୍ଗକୁ
ଅନୁଭବୀଛକି କେବେ?,
ଧରାଶାୟୀ ହୁଏ ମହିଷାସୁରଯେ
କଳ୍ପିତ ସ୍ବର୍ଗ ଲୋକେ।।
ନାରୀ ଖାଲି ନୁହେଁ କାମନାର ନିଆଁ
ନିଜ ନିଆଁରେସେ ଜାଳେ,
ଅତି ଦୃଢ଼ମନା ଦୂର୍ବଳା ନୁହେଁ
ପାପୀ ଦୁରାଚାରୀ ଭାଳେ।।
ସ୍ନେହସିକ୍ତ ତାର ଛାତିରୁ ଝରଇ
ତତଲା ଲହୁର ଧାର,
ନିର୍ବାପିତ ହୁଏ କାମନାଗ୍ନି ସବୁ
ହୀନସେ କାପୁରୁଷର।।
***
।।ଚିତ୍ରା ରାଣୀ ପାତ୍ର।।
।।ବାଲେଶ୍ଵର।।




0 Comments