କେମିତି କହିବି( ଚିତ୍ରାରାଣୀ ପାତ୍ର)

 


କାହାପାଇଁ ତୁମେ କବିତା ଲେଖ ଗୋ 

କାହାପାଇଁ ତୁମେ ସପନେ ହଜ?,

କାହାପାଇଁ ତୁମେ ଝୁରି ମରୁଥାଅ 

ସେଇକି ତମର ମାନସୀ ଆଜ?।।


ଭଲ ପାଅ ଯଦି କୁହନି କାହିକିଁ 

ମରମେ ତୁମର ଲୁଚାଇ ରଖ,

ସେ କି ବୁଝିପାରେ ତୁମ ଭାବନାକୁ 

ଥରେ କହି ତାକୁ ସଦା ପରଖ।।


ଆଉକି ଦେଖୁଛ ମାହେନ୍ଦ୍ର ବେଳାକୁ 

ମନ କଥା ଖୋଲି କହିବ ବୋଲି?,

ଶୁଭ ଇଚ୍ଛାଟାକୁ ସହଳେ କହିଲେ 

ବ୍ୟଥା ବେଦନାକୁ ଯିବଯେ ଭୁଲି।।


ପ୍ରିୟତମା ତୁମ ଚାହିଁ ବସିଅଛି 

ଗୋଟିଏ ଫଗୁଣ ପାଇବ ବୋଲି ,

 ସାରା ବରଷଟା ଉଜାଗର ରହି 

ଖୋଜୁଛି ତୁମର ପରଶ ଖାଲି।।


ମନ ଖୋଲିଦିଅ ବିଳମ୍ବ ନକରି 

ବରି ଆଣ ତାକୁ ଶୁଭଦିନରେ,

ସେତ ସମର୍ପିତା ତୁମରି ଚରଣେ 

ଦେଖୁଥିବ ତାକୁ ନିତି ପାଶରେ।।


ଯବନିକା ଟାଣି ଖସାଇ ଦିଅ ହେ 

ସରମ ସବୁକୁ ଅଜାଡ଼ି ଦେଇ,

ପଣତ କାନିରେ ସାଇତି ରଖିବ 

ମନ ଜାଣି ପ୍ରେମ ଦେବସେ ଯାଇ।।

                 ***

      ।। ଚିତ୍ରା ରାଣୀ ପାତ୍ର।।  

       ।। ବାଲେଶ୍ଵର ।।

 (ଶୀର୍ଷକ -- କେମିତି କହିବି?।)

Post a Comment

0 Comments