By ଭାଗବତ ସାହୁ

 



ଜହ୍ନ ଜୋଛନାର ଶୀତଳତା ତୁମେ 

===========((((((((====

ଜହ୍ନ ଜୋଛନାର ଶୀତଳ ତା ତୁମେ 

ବରଫ ଠାରୁ ଗୋ ସ୍ଵଛ 

କଇଁଫୁଲ ପରି ରୂପ ତ ତୁମର 

କମନୀୟ ତୁମ ହସ !

ବୀଣା ଜିଣା ପରି କଣ୍ଟ ସୁର ତୁମ.

କଥା ତ ଅଟେ ଅମୃତ 

ମୃଣାଳ ଗମନି ଚାଳିରେ ତୁମର 

ଦେଖି ଆଖି ହୁଏ ପ୍ରୀତ !!

ନୀଳ ନୟନରେ କାମନାର ବାଣ 

ନିତି କରେ ମର୍ମାହତ 

ସୁଉଚ୍ଚ ବକ୍ଷଯୋ ମୁନୀ ମନ ଭୁଲା 

ହୃଦୟ କରେ କରିତ !!

ଅଙ୍ଗଢଙ୍ଗ ତୁମ କଳା କେଶ ରଙ୍ଗ 

ବଳିଷ୍ଟ ତୁମ ଚିବୁକ 

ରମ୍ଭା ବୃକ୍ଷ ସମ ବେନି ଜାନୁ ତଵ 

ଯୁବାକୁ କରେ ମୋହିତ !!

ରଣୁ ଝୁଣୁ ତୁମ ପାଉଁଜିର ଶବ୍ଦ 

ଅନ୍ତରେ ଖେଳାଏ ଖେଦ 

ଶୟନ କକ୍ଷ ର ବାଟ ଭାଙ୍ଗି ଗଲେ 

ହଜି ଯାଏ ସବୁ ନିଦ!!

ନାରୀ ନୁହେଁ ତୁମେ ଦେବୀ ର ପ୍ରତିମା 

ପାଇ ଘର ଆନନ୍ଦିତ 

ତୁମେତ ଦେଇଛ ସବୁ ସୁଖ ଶାନ୍ତି 

ଧନ୍ୟ କରିଛ ପୌରଶ !!

=====================

ଭାଗବତ ସାହୁ, ଆଶୁକବି, ନାଟ୍ୟକାର 

ମା ବୀଣାପାଣି ସାହିତ୍ୟ କୁଟୀର 

ଦୋଳପ ଦୀ, ବନ୍ତ, ଭଦ୍ରକ,

Mo=9437713276

Post a Comment

0 Comments